ତିହିଡି,୨୯/୦୪(ଯଦୁମଣି ପାଣିଗ୍ରାହୀ): ତିହିଡି ଖଣ୍ଡ ଅଧିବକ୍ତା ପରିଷଦ ଗଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ଅପରାହ୍ଣରେ ବରିଷ୍ଠ ଅଧିବକ୍ତା ତପନ କୁମାର ମିଶ୍ରଙ୍କ ବାସ ଭବନରେ ସ୍ୱୟଂ ସେବକ ତପନ କୁମାର ପଣ୍ଡାଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଆହ୍ୱାନରେ ଦେଶ ପାଇଁ ଅଧିବକ୍ତାଙ୍କ ସେବା ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା । ପରେ ସର୍ବ ସମ୍ମତ ମତେ ଏକ ଅଧିବକ୍ତା ପରିଷଦ ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଅଧିବକ୍ତା ତପନ କୁମାର ମିଶ୍ର, ଉପସଭାପତି ଭାବେ ରତିକାନ୍ତ ନାଥ, ସମ୍ପାଦକ ଭାବେ ସଞ୍ଜୟ କୁମାର ମହାନ୍ତି, ସହ ସମ୍ପାଦକ ଭାବେ ସୁବାସ ବେହେରା, କୋଷାଧ୍ୟକ୍ଷ ଭାବେ ନଜିନୀକାନ୍ତ ନାୟକଙ୍କୁ ମନୋନୀତ କରାଯାଇଥିଲା । ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦିଆଯାଇ ବୈଠକ ସାଙ୍ଗ କରାଯାଇଥିଲା ।