ଆଜିକାଲି ର ବୈବାହିକ ଜୀବନ ବେଶୀ ରୁ ବେଶୀ ୩ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହୁଛି ଓ ଏହାପରେ ଛାଡପତ୍ର ଦେବା ସ୍ଥିତି ରେ ପହଁଚୁଛି l ଏହା ପଛରେ ଅନେକ କାରଣ ରହିଛି , କିନ୍ତୁ ସେଥିରେ ମୁଖ୍ୟ କାରଣ ୫ ଟି ରହିଛି l ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବା ତ ସାଧାରଣ କଥା , କିନ୍ତୁ ବର୍ତମାନ ସେହି ଝଗଡା ଛାଡପତ୍ର ସ୍ଥିତି ରେ ପହଞ୍ଚି ଯାଉଛି l
– ଆଜିକାଲି ପ୍ରାୟ ଆମେ ସମସ୍ତ ଙ୍କୁ ଦେଖୁଛୁ ସମସ୍ତେ ପ୍ରତିଶୋଧ ପରାୟଣା ହୋଇ ଯାଉଛନ୍ତି l ସହିବା ଶକ୍ତି ଯାହାକୁ ଆମେ କହିଥାଉ ସହନଶୀଳତା ତାହା କାହାରି ପାଖରେ ଦେଖିବାକୁ ମିଳୁ ନାହିଁ l ଯାହାକି ପରିବାର ପାଇଁ ନିହାତି ଜରୁରୀ l କିନ୍ତୁ ଆଜିର ସ୍ୱାମୀ ସ୍ତ୍ରୀ ଜଣେ ଜଣଙ୍କୁ ସପୋର୍ଟ କରିବା ପରିବର୍ତ୍ତେ ରାଗ ରଖୀ ଅପମାନିତ କରିବାକୁ ଲାଗୁଛନ୍ତି l ଏହା ବିବାହ ବିଛେଦ ର ଗୋଟିଏ ବଡ଼ କାରଣ l
– ଆମେ ଦେଖିବାକୁ ପାଉଛୁ ଯେ ଆଜିର ସ୍ୱାମୀ ସ୍ତ୍ରୀ ଉଭୟ ଏକାନ୍ତ ବସବାସ ଚାହୁଁଛନ୍ତି l ପରିବାର ସଦସ୍ୟ ମାନଙ୍କ ର ଇଣ୍ଟର ଫିଆରାନ୍ସ ଚାହୁଁ ନାହାନ୍ତି l ତେଣୁ ଅନେକ ସ୍ଥିତି ରେ ଘର ଲୋକ ଙ୍କ ଇଣ୍ଟର ଫିଆରାନ୍ସ ଯୋଗୁଁ ଛାଡପତ୍ର ପରିସ୍ଥିତି ଆସୁଛି l ତେଣୁ ସବୁବେଳେ ଆପୋଷ ବୁଝାମଣା ସବୁଠୁ ଜରୁରୀ l
– ପୁରୁଣା କଥାକୁ ଧରି ରଖିବା ଠିକ ନୁହେଁ l ଏହା ସମ୍ପର୍କ ରେ ଫାଟ ଆଣିଥାଏ l ତେଣୁ ସବୁବେଳେ କଥାକୁ ସେଇଠି ରଖି ଆଗକୁ ବଢିବା ଜରୁରୀ l
– ସମ୍ମାନ ଗୋଟିଏ ଏଭଳି ଜିନିଷ ଯାହା ସମ୍ପର୍କ କୁ ଅଧିକ ନିବଡ଼ କରିଥାଏ l ତେଣୁ ସର୍ବଦା ସ୍ୱାମୀ ସ୍ତ୍ରୀ ଉଭୟ ଉଭୟ ଙ୍କୁ ସମ୍ମାନ କରିବା ଆବଶ୍ୟକ l ଏହା ସମ୍ପର୍କ କୁ ଅଧିକ ସୁନ୍ଦର କରିବ l