ବାଲିଗୁଡା,୧୧/୨-; ଜିଲ୍ଲା ଯୋଜନା ଓ ସମନ୍ନୟ ବୋର୍ଡ (ଜିଲ୍ଲା ପ୍ଲାନିଙ୍ଗ ଓ ମନିଟୋରିଙ୍ଗ ୟୁନିଟ)ର ବୈଠକ ବାଲିଗୁଡା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ଗୋଟି ବ୍ଲକ ବାଲିଗୁଡା,ତୁମୁଡିବନ୍ଧ,କୋଟଗଡ ଓ କ.ନୁଆଗାଁ ଆଦି ବ୍ଲକର ଉନ୍ନୟନ କାର୍ଯ୍ୟକୁ ସମିକ୍ଷା କରାଯାଇଛି । ଉକ୍ତ ବୈଠକରେ ବିଧାୟକ ଚକ୍ରମଣୀ କହଁରଙ୍କ , ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଳିକ,ପିଡି ସମ୍ଭୁନାଥ ନନ୍ଦି,ବାଲିଗୁଡା ବ୍ଲକ ଅଧକ୍ଷାମିଶାବତୀ ମଳିକ,ତୁମୁଡିବନ୍ଧ ଅଧକ୍ଷା ବାସନ୍ତି ମାଝି,କୋଟଗଡ ଅଧକ୍ଷା ପିଙ୍କି ପ୍ରଧାନ ,କନୁଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ପ୍ରମୁଖ ମଂଚାସିନ ଥିଲା ।ଜିଲ୍ଲାର ସବୁ ବିଭାଗର ପଦାଧିକାରୀ ସହ ବାଲିଗୁଡା ବିଡିଓ ଦିପ୍ତି ପ୍ରକାଶ ବେହୋର ସମେତ ନିର୍ବାଚନ ମଣ୍ଡଳିର ସମସ୍ତ ବିଡିଓ ଉପସ୍ଥିତ ଥିଲେ ।