Odisha news

ନିଲଜି ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର  ଅନୁଷ୍ଠିତ

0
ନୂଆପଡ଼ା -୧୧/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନିଲଜି ପଞ୍ଚାୟତ ଠାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା  ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଡି ଏଫ୍ ଓ  ଅଜିଜ ଖାନ, ଜିଲ୍ଲା  ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୂଆ,ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ବ୍ଲକ ଉପାଧ୍ୟକ୍ଷା ମିନା ଘିଭେଲା,ବିଡ଼ିଓ କର୍ମୀ ଓରାମ, ତହସିଲଦାର ଉପାଞ୍ଜଳି ମାଝୀ,ସି ଡି ଏମ ଓ ଧରଣୀ ଧର ସେନାପତି,ସରପଞ୍ଚ ଲକ୍ଷ୍ମଣ ପ୍ରଧାନ ଯୋଗଦେଇଥିଲେ । ବସୁନ୍ଧରା ଯୋଜନା ମାଧ୍ୟମରେ ଖରସେଲ ଗ୍ରାମର ଯଶୋଦା ସାହୁ,ଗଜ ରାଜ ମାଝୀ ଓ ଲିଙ୍ଗରାଜ ମାଝିଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରି ସମସ୍ତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ସମସ୍ତ ଅଧିକାରୀ ।ଏଲ ଡି ଏମ ସିତାରାମ ମେହେର,ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ
 ଅଧିକାରୀ ଡଃ ଆଲୋକ କୁମାର ନାୟକ,ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପାତ୍ର ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିୟାର ସିଂ,ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ,ପ୍ରମୁଖ ଯୋଗଦେଇ ଶ୍ରମିକ କୃଷକ ତଥା ଜନସାଧାରଣଙ୍କ ପାଇଁ ଥିବା  ବିଭିନ୍ନ ବିଭାଗୀୟ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ l ହସ୍ତଶିଳ୍ପ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ କୋଶଳି କବିତା ମାଧ୍ୟମରେ ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସୁଚନା ଦେଇଥିଲେ l ଜିଲ୍ଲାପାଳ ଜନସାଧାରଣଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରି ଯୋଜନା ଆପଣଙ୍କ ଯୋଜନା, ଏହା ଆପଣ ମାନଙ୍କ ପାଇଁ , ଆପଣ ମାନଙ୍କ ଦ୍ୱାରା ପରିଚାଳିତ ହେଉଛି l ଏହାର ଲାଭ ସମସ୍ତେ ଉଠାଇବାକୁ ଚେଷ୍ଟା କରନ୍ତୁ । ସମସ୍ତ ଜନସାଧାରଣ ମିଶି ନିଲଜିକୁ ଦାଦନ ଶ୍ରମିକ ମୁକ୍ତ ପଞ୍ଚାୟତରେ ପରିଣତ କରନ୍ତୁ l ସରପଞ୍ଚ ଲକ୍ଷ୍ମଣ ପ୍ରଧାନ ପ୍ରବାସୀ ଶ୍ରମିକ ସଚେତନତା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ, ଜିଲ୍ଲାପାଳ ତଥା ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ। ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସଭା ପରିଚାଳନା କରିଥିଲେ l ଆଜିର ସଭାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ୍ ସ୍ତରୀୟ ଅଧିକାରୀ ଏବଂ ଶହ ଶହ ସଂଖ୍ୟାରେ ମହିଳା ତଥା ଜନ ସାଧାରଣ ଯୋଗ ଦେଇଥିଲେ l
Leave A Reply