ମୋରଡା : ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଦାନ୍ତିଆମୁହାଁ ପଞ୍ଚାୟତ ପରିସରରେ ମିଶନ ଶକ୍ତି ନୋଡାଲ ପ୍ରେରଣା କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ଉତ୍ସଭରେ ବିଏଲସି କଳ୍ପନା ଜେନାଙ୍କ ସଂଯୋଜନାରେ ଆୟଜିତ ସଭାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଣାକର ନାଏକ , ସହକାରୀ ଯନ୍ତ୍ରୀ ମତିଲାଲ ତୁଙ୍ଗ,ଡିସିସି ମିନତୀ ମହାପାତ୍ର,ବିଏଲଏଫ ସଭାପତି ବିଷ୍ନୁପ୍ରିୟା ଦାସ ଦାନ୍ତିଆମୁହାଁ ସମିତିସଭ୍ୟ ସୁକୁଲ ମୁର୍ମୁ, ନାଏବ ସରପଞ୍ଚ ନିରଞ୍ଜନ ସି ସନମାନ୍ନୀତ ଅତିଥି ଭାବେ ଯୋଗ ଦେଇଥିଲେ l ମହିଳା ମାନଙ୍କ ସମସ୍ୟା ସମାଧାନ କରି ମୁଖ୍ୟ ଶ୍ରତକୁ ଆଣିବା ତଥା ବାଲ୍ୟ ବିବାହ ରକିବା ଏହାର ମୂଳ ଲକ୍ଷ l ପୂର୍ବରୁ ବ୍ଲକର କୋଡିଏଟି ପଞ୍ଚାୟତ ରେ ପଞ୍ଚାୟତ ସ୍ଥରୀୟ ପ୍ରେରଣା ଦିଦି କାର୍ଯ୍ୟ କରୁଥିଲେ ବର୍ତ୍ତମାନ ତାଙ୍କ ଦ୍ୱାରା ସମାଧାନ ହୋଇ ପାରୁ ନଥିବା ସମସ୍ୟା ଗୁଡିକୁ ନୋଡାଲ ସ୍ଥରରେ ସମାଧାନ କରିବାକୁ ପ୍ରୟାସ କରାଯିବ ଏଠାରେ ସମାଧାନ ନ ହେଲେ ଜିଲ୍ଲା ସ୍ତରକୁ ଯିବ l ସୋସିଆଲ ମିଡିଆରେ ଏକ୍ଟିଭ ରହି ନିଜର ତଥ୍ୟକୁ ଅନ୍ୟକୁ ସେୟାର ନକରିବା ପୁରଷ ମହିଳା ସମାନ ସ୍ତରକୁ ଆସିବା ଦରକାର ବୋଲି ଅତିଥି ମାନେ କହିବା ସହିତ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ l ଦାନ୍ତିଆମୁହାଁ ପ୍ରେରଣା ଦିଦି ସଞ୍ଜୁବାଳା ମହାନ୍ତ କିପରି ଜଣେ ମହିଳାଙ୍କୁ ସାହାଯ୍ୟ ଏବଂ ଗୋଟିଏ ବାଲ୍ୟ ବିବାହକୁ ରୋକି ପାରିଥିଲେ ତାହା ଉପସ୍ଥାପନ କରିଥିଲେ l ବିଏଲସି ହିମାଂଶୁ ଜେନା ମଞ୍ଚପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ lଦାନ୍ତିଆମୁହାଁ ଏମବିକେ ମାଳତୀ ମହାପାତ୍ର, ବ୍ଲକର କୋଡିଏ ଟି ପଞ୍ଚାୟତର ପ୍ରେଣନା ଦିଦି, ମା ମଣିନାଗେଶ୍ୱର ଏସ ଏଚ ଜି ସଭାପତି ମମତା ପଣ୍ଡା ଏବଂ ସମସ୍ତ ମେମ୍ବର ସହଯୋଗ କରିଥିଲେ l