ଲୋକସେବା ଭବନ ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି : ସାନିଟାରୀ ନାପକିନ୍ସ ମେସିନ୍ଓ ସାନିଟାରୀ ନାପକିନ୍ଡି ସ୍ପୋଜେବଲ୍ ମେସିନକୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା
ଭୁବନେଶ୍ୱର (Suvendra Pattanaik) : ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଲୋକସେବା ଭବନରେ ନୂତନ ଭାବେ ସଂସ୍ଥାପିତ ସାନିଟାରୀ ନାପକିନ୍ସ ମେସିନ୍ଓ ସାନିଟାରୀ ନାପକିନ୍ଡି ସ୍ପୋଜେବଲ୍ ମେସିନକୁ ଉଦଘାଟନ କରିଛନ୍ତି।ଏହି ମେସିନ ଗୁଡ଼ିକ ଲୋକସେବା ଭବନ ପରିସରରେ ମହିଳା ମାନଙ୍କ ପାଇଁ ସ୍ୱଚ୍ଛତା ଏବଂ ଉପଲବ୍ଧତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଅଧିକ ସମାବେଶୀ ଏବଂ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ହୋଇଛି ।
ଏହି କାର୍ୟ୍ୟ କ୍ରମରେ ଯୋଗଦାନ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଲୋକସେବା ଭବନର ମହିଳା କର୍ମଚାରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସମସ୍ୟାକୁ ତତ୍ପରତାର ସହିତ ଭଲ ଭାବେ ଶୁଣିଥିଲେ।ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ଦୃଷ୍ଟିରେ ରଖି ଏକସୁସ୍ଥ, ସୁରକ୍ଷିତ ଏବଂ ସହାୟକ କାର୍ୟ୍ୟ ବାତାବରଣ ସୃଷ୍ଟି କରିବା ପାଇଁ ଆବଶ୍ୟକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସେ ସେମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଲୋକସେବା ଭବନସ୍ଥିତ ଦ୍ୱିତୀୟ ମହଲାର ସେଣ୍ଟ୍ରାଲ ଲିଫ୍ଟ ଲବି ନିକଟରେ ଥିବା ମହିଳା ଶୌଚାଳୟ କମ୍ପ୍ଲେକ୍ସ ସମେତ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେଏହି ମେସିନ ଲଗାଯାଇଛି ଯାହା ଅଭିଯୋଗ ସମାଧାନ ପାଇଁ ପରିସରକୁ ଆସୁଥିବା ମହିଳା, ମହିଳା କର୍ମଚାରୀ ତଥା ନାଗରିକଙ୍କ ପାଇଁ ସୁବିଧାକୁ ସୁନିଶ୍ଚିତ କରିବ । ଖୁବ୍ଶୀଘ୍ର ସଚିବାଳୟ ବିଲ୍ଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ପହଞ୍ଚାଇବା, ଉପଲବ୍ଧତାକୁ ଆହୁରି ବଢ଼ାଇବା ଏବଂ ମହିଳା ମାନଙ୍କ ପାଇଁ ଏକ ସ୍ୱଚ୍ଛ ଓ ସମାବେଶୀ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା କରାଯାଉଛି ।
ଏହି କାର୍ୟ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ ଏବଂମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ବ୍ୟତୀତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା, ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଲୋକସେବା ଭବନ ପରିସରରେ ଥିବା ଛୋଟ ଛୋଟ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ କ୍ରେଚ୍ପରି ଦର୍ଶନ କରିଥିଲେ।ଭିତ୍ତି ଭୂମିଏବଂପରିଚାଳନାକୁ ଦୃଷ୍ଟିରେ ରଖି ସେ ସେବା ପ୍ରଦାନକାରୀ ସଂସ୍ଥା ଏବଂ ପିଲା ମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନା ସମୟରେ ଅଧିକରୁ ଅଧିକ ପିଲାଙ୍କ ରହିବା ପାଇଁ ଏକ ବୃହତ ସ୍ଥାନର ଆବଶ୍ୟକତା ଉପରେ ଆଲୋକପାତ କରା ଯାଇଥିଲା । ଖୁବ ଶୀଘ୍ର ଏ ସଂକ୍ରାନ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ ବୋଲି ଜଣାଯାଇଛି ।