Odisha news

ବେଆଇନ ଗୋଚାଲାଣ ବେଳେ ଗୋରୁ ସହ ଅଟୋ ଜବତ, ଦୁଇ ଗିରଫ 

0
ସୋର, ୨୪/୯: ସୋର ପୌରପାଳିକା ଅନ୍ତର୍ଗତ ତୁଣ୍ଡପଡା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତି ବେଆଇନ ଭାବେ ଗୋଚାଲାଣ କରୁଥିବା ବେଳେ ସ୍ଥାନୀୟ ଲୋକେ ଅଟକାଇ ସୋର ପୁଲିସକୁ ହସ୍ଥାନ୍ତର କରିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଗତକାଲି ରାତିରେ ଛତ୍ରପୁର ଗ୍ରାମର ସେକ ମମତାଜ (୪୦) ଏବଂ କେଦାରପୁର ଗ୍ରାମର ହରିଆ ସିଂ (୫୨) ଓଡି ୦୧ଏଆର ୮୩୭୨ ନମ୍ବର ବିଶିଷ୍ଟ ଅଟୋରେ ଗୋଟିଏ ଷଣ୍ଢ ଓ ଦୁଇଟି ଗାଈକୁ ବେଆଇନ ଭାବେ ଚାଲାଣ କରୁଥିଲେ। ଏହି ସମୟରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଗାଡିକୁ ଅଟକ ରଖିବା ସହିତ ଦୁଇଜଣଙ୍କୁ କାବୁ କରି ସୋର ପୁଲିସକୁ ଖବର ଦେଇଥିଲେ। ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ଆଣିବା ସହିତ ଗୋରୁ ସହ ଅଟୋ ଟିକୁ ଜବତ କରିଥିଲେ। ଜବତ ଗୋରୁକୁ ସୋର ଗୋଶାଳରେ ଛାଡିବା ସହିତ ୮୦୯/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଦୁଇଜଣଙ୍କୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଛି।
Nalco
Leave A Reply