Odisha news

ନୂତନ ତହସିଲ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ 

0
ସୋର, ୨୪/୯: ସୋର ତହସିଲ ପରିସରରେ ନୂତନ ତହସିଲ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦୁଇ କୋଟି ଚଉଦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ନୂତନ କାର୍ଯ୍ୟାଳୟ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶିଳାନ୍ୟାସ କରିଥିଲେ। ଏହି ସମୟରେ ସୋର ତହସିଲଦାର ସେକ ସାଗିର, ଅତିରିକ୍ତ ତହସିଲଦାର ଜଗନ୍ନାଥ ବେହେରା, କମଳାକାନ୍ତ ଘଡେଇ, ଫକୀର ମୋହନ ଦାସ, ପାରିଷଦ ରମେଶ ସିଂହ, ଅବିନାଶ ପାତ୍ର,ଲୋକନାଥ ରାଉତଙ୍କ ସମେତ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ।
Nalco
Leave A Reply