ଆଶ୍ୱିନ ମାସ ଓ ଶରତ ଋତୁର ଆଗମନରେ ମା ଜଗତଜନନୀ ଧରାପୃଷ୍ଠ କୁ ଅବତରି ଥାଆନ୍ତି, ପୃଥିବୀର ଚତୁର୍ପାର୍ଶ୍ୱ ସତେ ଯେମିତି କୋଳାହଳମୟ ଓ ସୁଶୋଭିତ ହୋଇ ଉଠିଥାଏ l ଧଳା ଧଳା କାଶତଣ୍ଡୀ ଫୁଲ ଏଭଳି ବିମଣ୍ଡିତ ହୋଇଥାଏ ସତେ ଯେପରି ଧଳା ବାଦଲ ପୃଥିବୀ ପୃଷ୍ଠରେ ଛାଇ ହୋଇ ଯାଇଛି l ସତରେ ଏହି ଦୃଶ୍ୟ ଅତି ନିଆରା l
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ନଅଦିନ ର ନବରାତ୍ରି ପର୍ବ ଅଶ୍ୱିନ ଶୁକ୍ଲପକ୍ଷ ର ପ୍ରତିପଦ ରୁ ନେଇ ନବମୀ ପର୍ଯ୍ୟନ୍ତ ପାଳିତ ହୋଇଥାଏ l ତିଥି ଅନୁସାରେ ଚଳିତଥର ଶାରଦୀୟ ନବରାତ୍ରି ଅକ୍ଟୋବର ୩ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି l ଏବଂ ଯାହାକି ଅକ୍ଟୋବର ୧୨ ତାରିଖରେ ସମାପ୍ତ ହେବ l ନବରାତ୍ରି ର ଏହି ନଅଦିନ ଜଗତ ଜନନୀ ଆଦିଶକ୍ତି ମା ଦୁର୍ଗା ଙ୍କର ଅଲଗା ଅଲଗା ୯ଟି ରୂପ କୁ ପୂଜାର୍ଚନା କରାଯାଇ ଥାଏ l
ପ୍ରତିବର୍ଷ ନବରାତ୍ରି ରେ ମା ଦୁର୍ଗା ଙ୍କ ଆଗମନ ଓ ବିଦାୟୀ କୌଣସି ବିଶେଷ ବାହାନ ରେ ହୋଇଥାଏ l ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଲଗା ଅଲଗା ଅର୍ଥ ଭାବରେ ଗଣନା କରାଯାଇ ଥାଏ l ଏବଂ ମା ଦୁର୍ଗା ଙ୍କର ଏହି ବାହାନ ର ପ୍ରଭାବ ଦେଶ-ଦୁନିଆ, ପ୍ରକୃତି, ଫସଲ ଓ ମାନବ ଜୀବନ ଉପରେ ପଡିଥାଏ , ଯାହାକୁ ନେଇ ଭଲ ଶୁଭ ଓ ଅଶୁଭ ଫଳର ଆକଳନ କରାଯାଇ ଥାଏ l ତେଣୁ ନବରାତ୍ରି ରେ ମା ଦୁର୍ଗା ଙ୍କ ସଵାରୀ କୁ ମହତ୍ଵପୁର୍ଣ ଭାବରେ ଗ୍ରହଣ କରାଯାଇ ଥାଏ l
କେଉଁଥିରେ ବିରାଜମାନ କରିବେ ମା –
ମାଙ୍କର ଆଗମନ କିମ୍ବା ପ୍ରତ୍ୟାବର୍ତନ ର ବାହାନ କଣ ହେବ ଏହା ବାର ଅନୁସାରେ ସ୍ଥିର ହୋଇଥାଏ l ଚଳିତଥର ଶାରଦୀୟ ନବରାତ୍ରି ର ଆରମ୍ଭ ଗୁରୁବାର ଦିନ ହେବ l ଏହି ଅନୁସାରେ ମାଙ୍କ ସଵାରୀ ପାଲିଙ୍କି ରହିବ l କୁହାଯାଏ ଯେ ଯଦି ଗୁରୁବାର ଦିନ ନବରାତ୍ରି ଆରମ୍ଭ ହୋଇଥାଏ ତେବେ ମା ପାଲିଙ୍କିରେ କିମ୍ବା ସଵାରୀ ରେ ବିରାଜମାନ କରନ୍ତି l
ଏହା ଶୁଭ ନ ଅଶୁଭ ?
ଜ୍ୟୋତିଷଶାସ୍ତ୍ର ଅନୁସାରେ ନବରାତ୍ରି ରେ ମା ଦୁର୍ଗା ଯେତେବେଳେ ପାଲିଙ୍କି କିମ୍ବା ସଵାରୀ ରେ ଆସି ଥାଆନ୍ତି ସେତେବେଳେ ଏହା ଏତେ ଶୁଭ ସଂକେତ ନୁହେଁ l ଏହା ଅର୍ଥବ୍ୟବସ୍ଥା, ବ୍ୟବସାୟ ରେ ହାନି, ହିଂସା, ଦେଶ-ଦୁନିଆ ରେ ମହାମାରୀ ର ପ୍ରକୋପ ବୃଦ୍ଧି ଏବଂ ଅପ୍ରାକୃତିକ ଘଟଣା ର ସଂକେତ ଦେଇଥାଏ l ସେଥିପାଇଁ ନବରାତ୍ରି ରେ ମା ଦୁର୍ଗା ଙ୍କ ସଵାରୀ ମହତ୍ଵପୁର୍ଣ ଅଟେ l
