Odisha news

ଏମିତି ଜଣେ ଚିଫ ଜଷ୍ଟିସ : ଯିଏକି ଗୋଟିଏ ପିଅନ ରୁ ନେଇ ଭାରତର ମୁଖ୍ୟ ବିଚାରପତି ର ଯାତ୍ରା କରିଥିଲେ

0

ମଣିଷର ଇଛାଶକ୍ତି ନିକଟରେ ସବୁକିଛି ହାର ମାନିଥାଏ, ସିଏ ଯେତେ ଗରୀବ ହୋଇଥାଉ ନା କାହିଁକି ଯଦି ନିଷ୍ଠା ଓ ଦୃଢ଼ମନ ରହିଛି ସେ ଜୀବନରେ ସବୁକିଛି କରିବା ପାଇଁ ଯୋଗ୍ୟ ଅଟେ l ସେହିଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସାରୋଷ ହୋମି କପାଡିଆ , ଯିଏକି ନିଜର ଜୀବନକୁ ଗରୀବ ଅବସ୍ଥାରେ ବିତାଇ ଥିଲେ l ଏବଂ ନିଜ କ୍ୟାରିଅର ର ଆରମ୍ଭ ଜଣେ ଚପରାଶି ବା ପିଅନ ଭାବରେ କରିଥିଲେ l ଏବଂ ଏହାପରେ ନିଜ ଚେଷ୍ଟା ଦ୍ୱାରା କ୍ଲର୍କ ପଦବୀ ରେ ନିଯୁକ୍ତି ପାଇଥିଲେ l ଏତିକିରେ ସେ ଅଟକି ଯାଇ ନଥିଲେ , ଚାକିରୀ ସହିତ ‘ଲ ‘ ପଢିବା ଆରମ୍ଭ କଲେ l ଏବଂ ସମୟ କ୍ରମେ ସୁପ୍ରିମ କୋର୍ଟ ର ଜଜ ଭାବରେ ମଧ୍ୟ ନିୟୋଜିତ ହେଲେ l

ଏସଏଚ କପାଡିଆ ନିଜର କୁଶlଗ୍ର ବୁଦ୍ଧି ଓ ପରିଶ୍ରମ ଦ୍ୱାରା ସୁପ୍ରିମ କୋର୍ଟ ର ୧୬ତମ ଚିଫ ଜଷ୍ଟିସ ହୋଇଥିଲେ l ତାଙ୍କ ପିତା ସୁରଟ ର ଗୋଟିଏ ଅନାଥାଳୟ ରେ ନିଜର ପିଲା ବେଳ ଅତିବାହିତ କରିଥିଲେ l ପାଠପଢି ସେ ରକ୍ଷା ବିଭାଗରେ ଗୋଟିଏ କ୍ଲର୍କ ର ଚାକିରୀ କଲେ l ତାଙ୍କର ପ୍ରଥମ ପତ୍ନୀ ଗୃହିଣୀ ଥିଲେ l ତାଙ୍କ ପରିବାର ସାଧାରଣ ନଥିଲା, ଖୁବ କଷ୍ଟରେ ପରିବାର ର ଗୁଜୁରାଣ ଏହାପରେ ଏମିତି ଗୋଟିଏ ଦିନ ଆସିଲା ଯେଉଁଦିନ ସାରୋଷ ହୋମି କପାଡି଼ଆ ଜନ୍ମ ନେଇଥିଲେ, ସେହିଦିନ ଥିଲା ୨୯ ସେପ୍ଟେମ୍ବର ୧୯୪୭ ରେ ଜନ୍ମ ନେଇଥିଲେ l ଯେତେବେଳେ ସାରୋଷ ହୋମି କପାଡି଼ଆ ବଡ଼ ହେବାକୁ ଲାଗିଲେ ସେ ସେତେବେଳେ ନିଜ ମନରେ ସ୍ଥିର କରିନେଲେ ଯେ ତାଙ୍କୁ ଜୀବନ ରେ କଣ କରିବାର ଅଛି ?

ପିଲାଟି ଦିନରୁ ସେ ଜଣେ ଜଜ ହେବାର ଇଛା ରଖିଥିଲେ l ତାଙ୍କ ପ୍ରତିଭାକୁ ଜଣେ ଓକିଲ ଜାଣିପାରି ଥିଲେ, ସାରୋଷ ହୋମି କପାଡି଼ଆ ନିଜ ପରିବାର କୁ ସହଯୋଗ କରିବା ପାଇଁ ବୈରାମଜୀ ଜିଜି ବାଇ ଙ୍କ ନିକରେ ପିଅନ ଚାକିରୀ କରିବା ଆରମ୍ଭ କଲେ l ତାଙ୍କର ମୁଖ୍ୟ କାମ ଥିଲା ମକଦମା ର ଫାଇଲ ଓକିଲ ମାନଙ୍କ ନିକଟରେ ପହଞ୍ଚାଇବା l ଏହି ସମୟରେ ସେ ଚାକିରୀ ସହିତ ଲ ର ପାଠ ପଢିବା ଆରମ୍ଭ କଲେ l ଏହି ସମୟରେ ସେ ଚପରାଶି ରୁ କ୍ଲର୍କ ର ଚାକିରୀ ରେ ନିୟୋଜିତ ହେଲେ l ଏବଂ ଧୀରେ ଓକିଲାତି କରି ନିଜକୁ ସୁଦୃଢ କରିବାକୁ ସକ୍ଷମ ହେଲେ l ଏବଂ ନିଜ ନାମ ବଡ଼ ବଡ଼ ଓକିଲ ଙ୍କ ମଧ୍ୟରେ ଗଣା ହେଲା l

ଏହାପରେ ସେ ୨୩ ମାର୍ଚ୍ଚ ୧୯୯୩ ରେ ମୁମ୍ବାଇ ର ହାଇ କୋର୍ଟ ରେ ସେ ଜଜ ଭାବରେ ନିଯୁକ୍ତି ପାଇଲେ l ଏହାର ୧୦ ବର୍ଷ ପରେ ଉତ୍ତରାଖଣ୍ଡ ହାଇକୋର୍ଟ ର ମୁଖ୍ୟ ନାୟାଧିଶ ଭାବରେ ନିଯୁକ୍ତି ପାଇଲେ l ଏବଂ ୨୦୦୩ ରେ ସୁପ୍ରିମ କୋର୍ଟ ର ଜଜ ଭାବରେ ନିଯୁକ୍ତି ପାଇଥିଲେ l

ଦିନଥିଲା ୧୨ ମଇ ୨୦୧୦ ଯେଉଁ ଦିନ ତାଙ୍କ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ ଦିନ ଥିଲା l ଏହିଦିନ ସେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଭାବରେ ନିଯୁକ୍ତି ପାଇଥିଲେ l ଏବଂ ଏହି ପଦବୀ ରେ ସେ ୨୯ ଡିସେମ୍ବର ୨୦୧୨ ପର୍ଯ୍ୟନ୍ତ ରହିଥିଲେ l କିନ୍ତୁ ୪ ଜାନୁଆରୀ ୨୦୧୬ ରେ ମୁମ୍ବଇ ରେ ତାଙ୍କର ନିଧନ ହୋଇଥିଲା l

Nalco
Leave A Reply