ଯଦି କୁଣ୍ଡଳୀରେ ପିତୃ ଦୋଷ ଲାଗିଯାଏ ତେବେ ଅନେକ ପ୍ରକାର ଅସୁବିଧାର ସମୁଖୀନ ହେବାକୁ ପଡିଥାଏ, ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇଯାଏ l ପିତୃ ଦୋଷ ର ଖରାପ ପ୍ରଭାବ କାରଣରୁ କ୍ୟାରିଅର, ଆର୍ଥିକ ସ୍ଥିତି, ସମ୍ପକ, ସ୍ୱାସ୍ଥ୍ୟ ସବୁ କିଛି ଉପରେ ଖରାପ ପ୍ରଭାବ ପଡିଥାଏ l ଖୁବ ଶୀଘ୍ର ପିତୃପକ୍ଷ ଆରମ୍ଭ ହେବାକୁ ଯାଉଛି l ଆସନ୍ତୁ ଜାଣିବା ପିତୃ ଦୋଷ କାରଣରୁ ଜୀବନ ରେ କେଉଁସବୁ ଅସୁବିଧା ଆସିଥାଏ l
– ଯଦି କୁଣ୍ଡଳୀ ରେ ପିତୃ ଦୋଷର କୁ-ପ୍ରଭାବ ଥାଏ ତେବେ ଚାକିରୀ, ବ୍ୟବସାୟ ରେ ବାଧା ଆସିଥାଏ l ଅନେକ ଚେଷ୍ଟା ସତ୍ୱେ ମଧ୍ୟ କୌଣସିଥିରେ ସଫଳତା ମିଳି ନଥାଏ l ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଅସଫଳ ହୋଇଥାଉ l
– ପିତୃ ଦୋଷ କାରଣରୁ ଆର୍ଥିକ ସ୍ଥିତି ଖରାପ ହୋଇଥାଏ, ଯେତେ ରୋଜଗାର କଲେ ମଧ୍ୟ ଧନ ର ଅଭାବ ଛାଡି ନଥାଏ l ରୋଗ ବୈରାଗ ଲାଗି ରହିଥାଏ ଏବଂ ପାଣି ଭଳି ପଇସା ବହି ଚାଲିଥାଏ l ଋଣ ଭାରରେ ବ୍ୟକ୍ତି ଡୁବି ଯାଇଥାଏ l
– ଜାତକ ରେ ପିତୃ ଦୋଷ ଥିଲେ ଘରେ ସର୍ବଦା କଳହ ଲାଗି ରହିଥାଏ, ଏବଂ ପ୍ରତ୍ୟେକ ସମୟ ରେ ମନୋମାଳିନ୍ୟ ମଧ୍ୟ ହୋଇଥାଏ l ଘରର ଶାନ୍ତି ନଷ୍ଟ ହୋଇଥାଏ l ପିତୃ ଦୋଷ କାରଣରୁ ବଂଶ ବୃଦ୍ଧିରେ ବାଧା ଆସିଥାଏ l
ପିତୃ ଦୋଷରୁ ମୁକ୍ତି ପାଇବାର ଉପାୟ –
– ପିତୃ ପକ୍ଷରେ ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନ କରନ୍ତୁ l
– ପିତୃ ଦୋଷ ରୁ ମୁକ୍ତି ପାଇବା ପାଇଁ ପିତୃ ପକ୍ଷରେ ସୂର୍ଯ୍ୟ ପୂଜନ କରିବା ଜରୁରୀ l
– ପିତୃ ପକ୍ଷରେ ନିୟମିତ ଭାବରେ ମହାଦେବଙ୍କୁ ଦର୍ଶନ କରି ଷଣ୍ଡ ଏବଂ ଗାଈଙ୍କୁ ଚାରା ଖାଇବାକୁ ଦିଅନ୍ତୁ l
– ଏହାଛଡା ପଣ୍ଡିତଙ୍କୁ ପରାମର୍ଶ ମଧ୍ୟ କରନ୍ତୁ l