ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଭାରତର ମୋଷ୍ଟ ୱାଣ୍ଟେଡ ପ୍ର -ଖାଲିସ୍ଥାନ ଏଲିମେଣ୍ଟ ତରସେମ ସଂଧୁ ଙ୍କୁ ଆବୁଧାବି ରୁ ଭାରତ ଅଣାଯାଇଛି l ବେଆଇନ ଗତିବିଧି ଅଧିନିୟମ ଅନୁସାରେ ଗିରଫ କରାଯାଇ ଶୁକ୍ରବାର ଭାରତ ଅଣାଯାଇଛି l ଗିରଫ ହୋଇଥିବା ଆରୋପି ଲଖବୀର ସିଂହ ସିନ୍ଧୁ ଓରଫ ଲାଣ୍ଡl ଙ୍କ ଭାଇ ଅଟନ୍ତି l ଯାହାକି ପଞ୍ଜାବ ର ତରନତରାନ ର ବାସିନ୍ଦା ଅଟନ୍ତି l ସୂଚନା ଯୋଗ୍ୟ ସେ ବର୍ତମାନ କାନାଡ଼ା ରୁ ନିଯ କାର୍ଯ୍ୟକଳାପ ଜାରି ରଖିଛି , ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ଜଡିତ l
ତରସେମ ସଂଧୁ ଉପରେ ଲାଗିଥିଲା କେଉଁ ଆରୋପ –
NIA ର ସୂଚନା ଅନୁସାରେ ତରସେମ ସଂଧୁ ମଇ ୨୦୨୨ ରେ ପଞ୍ଜାବ ର ପୋଲିସ ଇଣ୍ଟେଲିଜେନ୍ସ ମୁଖ୍ୟାଳୟ ଉପରେ ଆରପିଜି ଆକ୍ରମଣ ଓ ଡିସେମ୍ବର ୨୦୨୨ ରେ ତରଣତରଣ ର ସରହାଲି ପୋଲିସ ଷ୍ଟେସନ ଉପରେ ଆକ୍ରମଣ ରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା l ପାକିସ୍ତାନ ତଥା ଅନ୍ୟ ଦେଶ କୁ ଡ୍ରଗ୍ସ ଚାଲାଣ, ଏବଂ ଖାଲୀସ୍ତାନୀ ମାନଙ୍କୁ ଉସକେଇବା ଭଳି ଅନେକ ମାମଲାରେ NIA ତରସେମ ସଂଧୁ ଉପରେ ଆରୋପ ଲଗାଇଛି l
ତରସେମ ସଂଧୁ ଉପରେ ରେଡି କର୍ଣ୍ଣର ନୋଟିସ ଲାଗିଥିଲା –
ଏନଆଇଏ ର ସୂଚନା ଅନୁସାରେ ତରସେମ ସଂଧୁ ବିଦେଶରେ ରହି ସୀମା ପାର ଆତଙ୍କବାଦ ଗତିବିଧି, ଜବରଦସ୍ତ ବଟି ଆଦାୟ କରିବା, ସୀମା ପାର ଅସ୍ତ୍ର ବ୍ୟବସାୟ ଇତ୍ୟାଦିରେ ସମ୍ପୃକ୍ତ ରହିବା ସହିତ ଯୁବକ ମାନଙ୍କୁ ଏଥିପାଇଁ ପ୍ରେରିତ କରୁଥିଲା l ଏହାକୁ ଏନଆଇଏ ପକ୍ଷରୁ ରେଡ କର୍ଣ୍ଣର ତରସେମ ସଂଧୁ ଙ୍କ ବିରୋଧରେ ଜାରି କରିଥିଲା l