Odisha news

ଉପମୁଖ୍ୟମନ୍ତ୍ରୀ  ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ତତ୍ପର 

0

ବେତନଟୀ : ବେତନଟୀ ବ୍ଲକ ବେତନଟୀ ଥାନା ଅଧୀନ ଧନପୁର ଠାରେ ଘରୋଇ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା ପତଞ୍ଜଳୀ ଫୁଡ୍ସ ଲିମିଟେଡ ପକ୍ଷରୁ ଧନପୁର ଠାରେ ୧ଲକ୍ଷ ୧୦ହଜାରରୁ ଉର୍ଦ୍ଧ୍ବ କ୍ଷମତାସମ୍ପନ୍ନ ଓଏଲ ପାମ୍ ନର୍ସରୀର ସ୍ଥାପନ କରାଯାଇଛି ।  ଏହି ନର୍ସରୀ କୁ ଆନୁଷ୍ଠାନିକ ଭାବେ ଉଦଘାଟନ ନିମନ୍ତେ ଉପମୁଖ୍ୟମନ୍ତ୍ରୀ ତଥା କୃଷି, କୃଷକ କଲ୍ୟାଣ ଓ ଶକ୍ତିମନ୍ତ୍ରୀ ଜନକବର୍ଦ୍ଧନ ସିଂଦେଓ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶନିବାର ଧନପୁର ଠାରେ ଉଦଘାଟନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତଦନୁଯାୟୀ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବ୍ୟସ୍ତ ସାଙ୍ଗକୁ ପ୍ରସ୍ତୁତିପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଧନପୁର ଗସ୍ତକରି ସଭାସ୍ଥଳ ଏବଂ ଓଏଲ ପାମ୍ ନର୍ସରୀ ବୁଲି ଦେଖୁବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବେତନଟୀ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ, ଆଇଆଇସି ସସ୍ମିତା ମହାନ୍ତ, ଉଦ୍ୟାନକୃଷି ଏବଂ କୃଷିବିଭାଗର ପଦସ୍ତ ଅଧିକାରୀ ତଥା ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ରାଜକିଶୋର ଶାହା, ଜିଲ୍ଲା ଉପସଭାପତି ତଥା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପରିଡା, ଯୁବମୋର୍ଚ୍ଚା ସଭାପତି ଶିଶିର କୁମାର ବେହେରା, କୁନା ମହାନ୍ତ ମଧ୍ୟ ଯୋଗଦେଇ ପ୍ରସ୍ତୁତିକାଯ୍ୟର ସମୀକ୍ଷା କରିଥିଲେ । ସହକାରୀ ଉଦ୍ୟାନକୃଷି ଅଧିକାରିଣୀ ସସ୍ମିତା ସେଠୀ, ଉଦ୍ୟାନକୃଷି ଅଦର୍ଶକ ମଙ୍ଗଲ ଚରଣ ସିଂ, ବ୍ଲକ କୃଷି ଅଧିକାରୀ ମନୋଜ ପ୍ରଧାନ ମଧ୍ୟ ଉପସ୍ଥିତ ରହିଥିଲେ । ଶାଳବଣି ସାମିଲ ନହଣ୍ଡାଶୋଳ ପଞ୍ଚାୟତର ସରପଞ୍ଚ ଗୋବିନ୍ଦ ହାଁସଦା ରାସ୍ତା ମରାମତି କରାଉଥିବା ବେଳେ ଗ୍ରାମ୍ୟ ଉନ୍ନୟନବିଭାଗ ପକ୍ଷରୁ ମଧ୍ୟ ଅଧିକାରୀ ଏବଂ ଯନ୍ତ୍ରୀ ପ୍ରମୁଖ ମରାମତି କର୍ଯ୍ୟର ତଦାରଖ କରୁଛନ୍ତି । ଟ୍ରାଫିକ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ଭିଡ ନିୟନ୍ତ୍ରଣକୁ ନେଇ ବେତନଟୀ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Leave A Reply