ବାଲିପାଟଣା : ବିକଶିତ ଓଡିଶା ଗଠନରେ କୃଷି ଓ କୃଷକର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର ବେଶ ସଚେତନ ଅଛନ୍ତି।ମାତ୍ର ସ୍ଥାନୀୟ ପ୍ରତିନିଧିଙ୍କ ଉଚ୍ଛାଶକ୍ତିର ଅଭାବରୁ ବାଲିପାଟଣା ଉଦ୍ୟାନ ବିଭାଗର ସ୍ବାଧୀନତାର ୭୭ବର୍ଷ ଭିତରେ ଖଣ୍ଡେ କାର୍ଯ୍ୟାଳୟ ହୋଇପାରିନାହଁ।ଆବଶ୍ୟକ ଅନୁସାରେ ୬ଜଣ କ୍ଷେତ୍ର କର୍ମଚାରୀ ଆବଶ୍ୟକବେଳେ ମାତ୍ର ତିନିଜଣ ନିଯୁକ୍ତି ହୋଇଛନ୍ତି।ବାଲିପାଟଣା ବ୍ଲକ ପରିସରରେ ବ୍ଲକ ପ୍ରଶାସନର ଦୟା କ୍ରମେ ଗୋଟିଏ କ୍ୱାଟରରେ କାର୍ଯ୍ୟାଳୟ ଅସ୍ଥାୟୀଭାବେ ଚାଲିଛି।ସେ ଘର ନା ପ୍ଲାସ୍ଟର ହୋଇଛି ନା ବିଦ୍ୟୁତ ସଂଯୋଗ ଅଛି। ସବୁଠୁ ଦୁଃଖର କଥା ଦୁଇଜଣ ମହିଳା କର୍ମଚାରୀ ଅଛନ୍ତି।ସେମାନଙ୍କ ପାଇଁ ପାଇଖେନା ନାହିଁ।୨୦୧୨ ମସିହାରୁ ଜାଗା ଯୋଗାଇଦେବା ପାଇଁ ବାଲିପାଟଣା ତହସିଲ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ ହୋଇଥିଲେବି ଅଦ୍ୟାବଧି କୌଣସି ପଦକ୍ଷେପ ନିଆଜାଇନାହିଁ।ଏ ସଂକ୍ରାନ୍ତରେ ବାଲିପାଟଣା ଉଦ୍ୟନବିଭାଗ ଅଧିକାରୀ ସୌମ୍ୟା ମହାରଣା କୁହନ୍ତି ଗତ ୨୯ ତାରିଖରେ ଥିବା ଜିଲ୍ଲାପାଳ ଜଣଶୁଣାଣିରେ ତହସିଲଦାରଙ୍କୁ ଜାଗା ନିମନ୍ତେ ଅବଗତ କରିଥିଲୁ।ସେ ଏଥିପ୍ରତି ଦୃଷ୍ଟି ଦେବେବୋଲି ପ୍ରତିଶ୍ରୁତିଦେଇଛନ୍ତି।ଉଦ୍ୟାନ ବିଭାଗ ପାଇଁ ଅତି କମରେ ଗୋଟେ ଏକର ଜମି ଆବଶ୍ୟକବୋଲି ସେ କହିଥିଲେ।୧୫ଲକ୍ଷ ଟଙ୍କା ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲେବି ଜାଗା ନଥିବାରୁ ଅନୁମୋଦିତ ଅର୍ଥ ବ୍ୟାଙ୍କରେ ଶୁଦ୍ଧ ବଢ଼ିବାରେ ସହାୟକ ହେଉଛି।କର୍ମଚାରୀ ଅଭାବରୁ ୧୭ ପଂଚାୟତର ପଞ୍ଜିକୃତ ୩୦୦ଚାଷୀଙ୍କ ପାଖରେ ଉଦ୍ୟାନ ବିଭାଗ ମାଧ୍ୟମରେ ଆସୁଥିବା ପରିବା ଚାଷ,ପାନ ଚାଷ,ନଡ଼ିଆ,ଗେଣ୍ଡୁ,କଦଳୀ,ଅମୃତଭଣ୍ ଡା ପରି ଅନେକ ପ୍ରୋତ୍ସାହନ,ଓ ଅନ୍ୟାନ୍ୟ ସୁବିଧାରୁ ଇଛୁକ ଚାଷୀଙ୍କ ପାଖରେ ସହାୟତା ପହଂଚି ନପାରିବାରୁ ବଂଚିତ ହେଉଛନ୍ତି।ଚାରା ଆସିଲେ ନିଜର ଜାଗା ନଥିବାରୁ ନାହିଁନଥିବା ଅସୁବିଧା ହେଉଛି। ସବସିଡ଼ି ଜିନିଷ ରଖିବାକୁ ବାରଦୁଆର ହେବା ସହିତ ଚାରା ନଷ୍ଟ ହେଉଛି।ଏଥିପ୍ରତି ସରକାରୀ ସ୍ତରରେ ତୁରନ୍ତ ପଦକ୍ଷେପ ନେଵାକୁ