Odisha news

ଓଡିଶାକୁ ଆଳୁ ପରିବହନ ନିମନ୍ତେ ବଙ୍ଗୀୟ ଆଳୁ ବ୍ୟବସାୟୀଙ୍କ ଚାପ : ଖୁବଶୀଘ୍ର ଆସିବ ଆଳୁ                                                                         

0
  ଭୋଗରାଇ : ଓଡ଼ିଶାକୁ ଆଳୁରପ୍ତାନି ଉପରେ ପଶ୍ଚିମବଙ୍ଗ  ସରକାର ଅଦ୍ୟାବଧି ସ୍ପଷ୍ଟ ଆଭିମୁଖ୍ୟ ଘୋଷଣା କରୁନଥିବାବେଳେ ଆଳୁର ସଙ୍କଟ ସ୍ଥିର ରହିଛି l ଓଡିଶା ସମେତ ଝାଡ଼ଖଣ୍ଡ, ବିହାର, ତ୍ରିପୁରା ଓ ଆସାମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କ ସବିନୟ ନିବେଦନକୁ ସୁଶ୍ରୀ ମମତା ବାନାର୍ଜୀ ଆଡନଜର  କରିଛନ୍ତି l ପଶ୍ଚିମବଙ୍ଗରୁ ଓଡିଶାକୁ ସଂଯୋଗ କରୁଥିବା ଗଳାବାଟ କିମ୍ବା ସୀମାନ୍ତ ଟୋଲଗେଟରେ ଓଡିଶା ଆଳୁ ବ୍ୟବସାୟୀମାନେ ପଶ୍ଚିମବଙ୍ଗ ପୋଲିସ, ଟାସ୍କଫୋର୍ସ ଓ ଦଲାଲ ମାନଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ଓଡିଶାକୁ ଆଳୁଗାଡି ପାରିକରୁଛନ୍ତି l
ଏଭଳି ସ୍ଥିତିରେ ଓଡିଶା ସୀମାନ୍ତ ଲକ୍ଷ୍ମଣନାଥ ଓ ଜାମଶୂଳା  ଟୋଲଗେଟ ରେ ଦଲାଲ ଏବଂ ଗୁଣ୍ଡା ଅସାମାଜିକ ଯୁବକ ମାନେ ନାଲି ଆଖି ଓ ଅଶ୍ଳୀଳ ଭାଷା ପ୍ରୟୋଗ କରି ସଂଘବଦ୍ଧ ହୋଇ ପ୍ରତି ଆଳୁଗାଡି ଠାରୁ ଅର୍ଥ ଆଦାୟ କରୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିବାବେଳେ ପ୍ରଶାସନ ନୀରବ ରହିବା ଆଇନ ଶୃଙ୍ଖଳା ପ୍ରତି ପ୍ରଶ୍ନ ଉଠିଛି lବାଲେଶ୍ୱର ଜିଲାରେ ଆଳୁରଦାମ ହ୍ରାସ ପାଇ କେଜିପ୍ରତି ମୂଲ୍ୟ ୩ ୫ ଟଙ୍କାରେ ବିକ୍ରୀହେଉଥିବାବେଳେ ଅନ୍ୟ ଜିଲାରେ କେଜି ୪ 0 ରୁ ଉର୍ଦ୍ଧ ଦାମରେ ବିକ୍ରୀହେଉଛି lରାଜ୍ୟରେ ଆଳୁର ସଙ୍କଟ ଟଳି ନଥିବାବେଳେ ଓଡିଶା ସରକାର ପଶ୍ଚିମବଙ୍ଗ ଦିଦିଙ୍କ ସରକାରଙ୍କ ଉପରେ ଏଣିକି  ଭରସା ନକରି ଉତ୍ତରପ୍ରଦେଶ ଭାଜପା ସରକାରଙ୍କ ଠାରୁ ଆଳୁ ଆମଦାନୀ ନିମନ୍ତେ ଉଦ୍ୟମ ଜାରିରଖିଛନ୍ତି lଉତ୍ତରପ୍ରଦେଶରୁ ଗୁରୁବାର ଓ ଶୁକ୍ରବାର ଓଡିଶାକୁ ଆଳୁଗାଡି ପ୍ରବେଶ କରିବାପରେ ପଶ୍ଚିମବଙ୍ଗ ଆଳୁବ୍ୟବସାୟୀମାନେ ଚେଇଁ ଉଠିଛନ୍ତି l ପଶ୍ଚିମବଙ୍ଗର ସବୁଠୁ ବଡ ଓ ପ୍ରଭାବଶାଳୀ ପ୍ରଗତିଶୀଳ ଆଳୁବ୍ୟବସାୟୀ ସମିତି ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟକୁ ନେଇଁ ଶୁକ୍ରବାର ତାଙ୍କ କୃଷି ବିପଣୀ ମନ୍ତ୍ରୀ ବିଚାରାମ ମାନ୍ନା ଙ୍କୁ ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ସମ୍ପର୍କିତ ଏକସ୍ମାରକପତ୍ର ପ୍ରଦାନ କରିଥିbବାର ସୂଚନା ମିଳିଛି  ଅପରପକ୍ଷରେ ଓଡିଶାକୁ ପୂର୍ବରୁ ଦୈନିକ ପଶ୍ଚିମବଙ୍ଗ ୫ ଶହ ୧  ହିମଘରରୁ ୪ ୫ ହଜାର ମେଟ୍ରିକ ଟନ ଆଳୁ ଓଡିଶାକୁ ଆସୁଥିଲାବେଳେ ପଶ୍ଚିମବଙ୍ଗ ସରକାରଙ୍କ କଟକଣା ଯୋଗୁଁ ଓଡିଶା ଆଳୁବ୍ୟବସାୟୀ ଓ ଖାଉଟିଙ୍କ ଉପରେ ଗଭୀର ପ୍ରଭାବ ପଡିଛି l
ବଙ୍ଗୀୟ ଆଳୁବ୍ୟବସାୟୀମାନେ ଓଡିଶା ଆଳୁ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ବାକି ଦେଇଥିବା ବେଳେ କ୍ଷତି ଆଶଙ୍କାରେ ଘନ ଘନ ବୈଠକ ଜାରି ରଖିଛନ୍ତି lଆଳୁ ରପ୍ତାନି ବନ୍ଦ ଯୋଗୁଁ ଆଳୁ ବ୍ୟବସାୟୀ ସଂଘ ସରକାରଙ୍କୁ ଚାପ ପକାଉଥିବାର ସୂଚନା ମିଳିଛି l ପଶ୍ଚିମବଙ୍ଗରେ ହିମଘରରୁ କୁଇଣ୍ଟାଲ ପ୍ରତି ୨ ୫ ରୁ ୨ ୬ଶହ ଟଙ୍କାରେ ପାଇକାରୀ ଦାମର ବିକ୍ରୀହେଉଥିବାବେଳେ ସେଠାରେ ଖୋଲା ବଜାରରେ ୩ 0 ଟଙ୍କା ରୁ କମଦାମରେ ବିକ୍ରି ହେଉଛି l ଓଡିଶା ସମେତ ଭିନ୍ନ ରାଜ୍ୟକୁ ଆଳୁ ରପ୍ତାନି ନେଇଁ ସମସ୍ୟା ପଶ୍ଚିମବଙ୍ଗ ସରକାର ସହିତ ଆସନ୍ତା ମଙ୍ଗଳବାରସୁଦ୍ଧା ସମାଧାନ ହେବ ବୋଲି ପ୍ରଗତିଶୀଳ ଆଳୁ ବ୍ୟବସାୟୀ ସମିତିର ରାଜ୍ୟ ସମ୍ପାଦକ ଲାଲୁ ମୁଖାର୍ଜୀ  ସୂଚନା ଦେଇଛନ୍ତି l  ଆଳୁ ରପ୍ତାନି ଓ ଆମଦାନୀ ଉପରେ ପଶ୍ଚିମବଙ୍ଗ ଏବଂ ଓଡିଶା ସରକାର ସହଭାଗିଦାର ନହେଲେ ଉଭୟରାଜ୍ୟର ଆଳୁବ୍ୟବସାୟୀ କ୍ଷତି ସହିବା ସହିତ ଉତ୍ତର ପ୍ରଦେଶ ଆଳୁ ଓଡ଼ିଶାର ଚାହିଦା ମେଣ୍ଟାଈ ପାରିବ ନାହିଁବୋଲି ବଙ୍ଗୀୟ ବ୍ୟବସାୟୀ ସଂଘ କହିଛନ୍ତି l
Leave A Reply