ମହାକାଳପଡ଼ା : ବିପର୍ଯ୍ୟୟପ୍ରବଣ ଉପକୂଳ ମହାକାଳପଡ଼ା ବ୍ଲକ ର ୧୩ଗୋଟି ଗ୍ରାମପଞ୍ଚାୟତ ରେ ଗ୍ରାମସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନେଇ ଶୁକ୍ରବାର ବ୍ଲକ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l. କର୍ମଶାଳା ରେ ପ୍ରଶିକ୍ଷକ ଭାବେ ଡିପିଓଡିଆରଏମ ସନ୍ତୋଷ କୁମାର ବେହୁରା ଯୋଗଦେଇଥିବା ବେଳେ ଡିଆରଏମ ବ୍ଲକ ନୋଡାଲ ଅଫିସର ଦୀପକ ପରିଡା, ବିଡ଼ିଓ ସାଗର ନନ୍ଦ, ତହସିଲଦାର ମାନସ ତ୍ରିପାଠୀ, ବ୍ଲକ ସହକାରୀ ନିର୍ବାହୀଯନ୍ତ୍ରୀ ରାଜଲଷ୍ମୀ ସାହୁ ଆଦି ଉପସ୍ଥିତ ଥିଲେ l ପ୍ରଶିକ୍ଷାର୍ଥୀ ଭାବେ ସମସ୍ତ ପଂଚାୟତ ର ସରପଞ୍ଚ, ସ୍ବେଛାସେବୀ ସଂଗଠନ ଭାରତ,କେଏସଓ ଓ ଆରଜିଏମଡ଼ିଏସ ର ସ୍ବେଛାସେବୀ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଏତଦ ବ୍ୟତୀତ ସ୍ୱାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ, କୃଷି ଉଦ୍ୟାନ କୃଷି, ମତ୍ସ୍ୟ, ପ୍ରାଣୀସମ୍ପଦ ବ୍ଲକ ସ୍ତରୀୟ ଅଧିକାରୀ ଙ୍କ ସହିତ ବ୍ଲକ ଅଧୀନ ସମସ୍ତ ପୋଲିସ ଷ୍ଟେସନ ର କର୍ମକର୍ତ୍ତା ଓ ଅଗ୍ନିଶମ ଅଧିକାରୀ ଉପସ୍ଥିତ ଥିଲେ l ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମହାକାଳପଡ଼ା ବ୍ଲକ ଅଞ୍ଚଳ ବାସୀଙ୍କ ପାଇଁ ବିପର୍ଯ୍ୟୟ ପରିଚାଳନା ଯୋଜନା ର ଗୁରୁତ୍ୱ ଓ ସହାଭାଗୀ ମାନଙ୍କ ର ଭୂମିକା ନେଇ ପ୍ରଶିକ୍ଷକ ସଚେତନ କରାଇଥିଲେ l ବିଶେଷ କରି ଭିଲେଜ ପ୍ଲାନ ପ୍ରସ୍ତୁତି ରେ ଗ୍ରାମସ୍ତର ରେ କାର୍ଯ୍ୟ କରୁଥିବା ସରକାରୀ ଓ ବେସରକାରୀ କର୍ମଚାରୀ, ଜନପ୍ରତିନିଧି ମାନଙ୍କ ର ସହଯୋଗ କାମନା କରିଥିଲେ l ସେହିପରି ପଂଚାୟତ ସ୍ତରରେ ଜିପି ପ୍ଲାନ ପ୍ରସ୍ତୁତି କାଳରେ ସରପଞ୍ଚ ସମସ୍ତ ୱାର୍ଡ ସଭ୍ୟ /ସଭ୍ୟା, ଅଙ୍ଗନ ୱାଡି କର୍ମୀ, ସମସ୍ତ ବିଦ୍ୟାଳୟ ର ଭାରlପ୍ରାପ୍ତ ପ୍ରଧାନଶିକ୍ଷକ/ଶିକ୍ଷିକା ସମିତି, ସଭ୍ୟ /ସଭ୍ୟା ଭାଗ ନେଇ ପୂର୍ଣ୍ଣ ବିବରଣୀ ମତେ ପ୍ଲାନ ପ୍ରସ୍ତୁତି ରେ ସହାୟକ ହେବାକୁ ସୂଚନା ଦେଇଥିଲେ l ଆଗାମୀ ଦିନରେ ଦାୟିତ୍ୱ ନ୍ୟସ୍ତ ସ୍ବେଛାସେବୀ ସଂଗଠନ ର ସ୍ବେଛାସେବୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ ରହିଲେ ସଠିକ ପ୍ଲାନ ପ୍ରସ୍ତୁତି ସମ୍ଭବ ହେବ ବୋଲି ପ୍ରଶିକ୍ଷକ କର୍ମଶାଳl ର ଅଂଶ ଗ୍ରହଣ କାରି ମାନଙ୍କୁ ସୂଚନା ଦେଇଥିଲେ l