Odisha news

ହୋସ ଉଡାଇ ଦେବ ରିସର୍ଚ୍ଚ : ଏହି ହର୍ମୋନ କାରଣରୁ ମହିଳାମାନେ ପୁରୁଷଙ୍କୁ ଦେଇ ଥାଆନ୍ତି ପ୍ରତାରଣା  

0

କୌଣସି ସମ୍ପର୍କ କୁ ସ୍ଥାୟୀ ରଖିବା ପାଇଁ ବିଶ୍ୱାସ, ସ୍ନେହ ଓ ସଚୋଟତା ଭଳି ୩ଟି ଜିନିଷ ର ଆବଶ୍ୟକତା ରହିଛି l ଏହି ସବୁ ମଧ୍ୟରୁ ସଚୋଟତା ସବୁଠୁ ଗୁରୁତ୍ୱପୂର୍ଣ , ଯେଉଁଠି ସଚୋଟତା ଭାଙ୍ଗିଯାଏ ସେହିଠାରେ ବିଶ୍ୱାସ ଏବଂ ସ୍ନେହ ସମାପ୍ତ ହୋଇଯାଇ ଥାଏ l କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ପାର୍ଟନର କାହିଁକି ପ୍ରତାରଣା କରିଥାଏ ?  କଁ ଏଥିପାଇଁ ଶରୀର ର ହର୍ମୋନ ଦାୟୀ ଅଟେ କି ?
ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ କହୁଛି ବିଜ୍ଞାନ ?

କଣ ରହିଛି ବିଜ୍ଞାନ ର ମତ ?
ହାବାର୍ଡ ବିଶ୍ୱବିଦ୍ୟାଳୟ ଓ ଟେକ୍ସlସ ବିଶ୍ୱବିଦ୍ୟାଳୟ ର ରିସର୍ଚ୍ଚ ଅନୁସାରେ ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଗୋଟିଏ ଅଦ୍ଭୁତ ତଥ୍ୟ ହସ୍ତଗତ ହୋଇଛି, ଏହି ଅଧ୍ୟୟନ ରେ ଜଣା ପଡିଛି ଯେ ଉଭୟ ପୁରୁଷ ଓ ମହିଳା ମାନଙ୍କ ନିକଟରେ ଟେସ୍ଟୋସ୍ଟେରନ ଓ କୋର୍ଟିସୋଲ ହର୍ମୋନ ର ଅଧିକତା ପ୍ରତାରଣା ଓ ଅନୈତିକ ବ୍ୟବହାର ର କାରଣ ଅଟେ, ଯେଉଁ ପୁରୁଷ ଓ ମହିଳାଙ୍କ ନିକଟରେ ଏହି ୨ଟି ହର୍ମୋନ ଅଧିକ ରହିଥାଏ ସେମାନେ ନିଜ ପାର୍ଟନର କୁ ଧୋକା ଦେଇଥାଆନ୍ତି l

ଟେକ୍ସସ ବିଶ୍ୱବିଦ୍ୟାଳୟ ର ମନୋବିଜ୍ଞାନୀ ପ୍ରଫେସର ରବର୍ଟ ଜୋସେଫ ଙ୍କ ମତରେ ହର୍ମୋନ ଆମ ବ୍ୟବହାର ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ଲୋକମାନେ ଏହି ବିଷୟରେ ଅନେକ ବର୍ଷ ପୂର୍ବରୁ ଜାଣି ସାରିଛନ୍ତି l ଏହି ଦୁଇଟି ହର୍ମୋନ ମଣିଷ ର ବ୍ୟବହାର କୁ ପ୍ରଭାବିତ କରିଥାଏ l

କିପରି ପ୍ରଭାବିତ କରିଥାଏ ଏହି ହର୍ମୋନ –
ବୈଜ୍ଞାନିକଙ୍କ ମତରେ ଶରୀରରେ ଥିବା ଉଚ୍ଚ ମାତ୍ରାର ଟେସ୍ଟୋସ୍ଟେରନ ଦଣ୍ଡ ପାଇବାର ଭୟ କୁ କମ କରିଥାଏ , ଏବଂ କୌଣସି ଜିନିଷ କୁ ହାସଲ କରିବା ପାଇଁ ସମ୍ବେଦନଶୀଳତା କୁ ବୃଦ୍ଧି କରିଥାଏ, ଅନ୍ୟ ପକ୍ଷରେ ହାଇ କୋର୍ଟିସୋଲ ଶରୀରରେ କ୍ରନିକ ଉତେଜନା ବୃଦ୍ଧି କରିଥାଏ l ଏହା ମନକୁ ଠିକ ଓ ଭୁଲ ସ୍ଥିର କରିବାରେ ଦୁର୍ବଳ କରିଦେଇ ଥାଏ l ଟେସ୍ଟୋସ୍ଟେରନ ହର୍ମୋନ ଶରୀରରେ ଉଚ୍ଚ ମାତ୍ରାରେ ରହିବା ଦ୍ୱାରା ବ୍ୟକ୍ତିକୁ ନିଜ ପାର୍ଟନର କୁ ଧୋକା ଦେବା ପାଇଁ ଉସୁକାଇ ଥାଏ l

Leave A Reply