ଭଞ୍ଜନଗର (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) :-୦୫/୦୭ ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟି ସଭାଗୃହ ଠାରେ ଭଞ୍ଜନଗର ରୋଟାରୀ କ୍ଳବର ୧୭ ତମ ଅଧିଷ୍ଠାନ ଉତ୍ସବ ସଭାପତି ସନତ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ସ୍ଥାନୀୟ ବିଧାୟକ ମାନ୍ୟବର ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କ୍ଳବ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏକ ସ୍ଥାୟୀ ଗୃହପାଇଁ ଆବଶ୍ୟକୀୟ ଜାଗା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହାକୁ ସଫଳ କରିବା ଉପରେ ଗୁରୁତ୍ୱ ଦେବାପାଇଁ ପ୍ରତିଶୃତି ଦେଇଥିଲେ l ଏଥିପାଇଁ କ୍ଳବ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ଏହିଅବସରରେ ୨୦୨୪-୨୫ ର ସଭାପତି ବସନ୍ତ କୁମାର ପାତ୍ର ଓ ସମ୍ପାଦକ ବିଶ୍ୱଜିତ ପୃଷ୍ଟିଙ୍କୁ ଗତବର୍ଷର ସଭାପତି ସନତ କୁମାର ସୁବୁଦ୍ଧି ଓ ସମ୍ପାଦକ P. ଦିଲ୍ଲୀପ କୁମାର ଦାୟିତ୍ୱ ହସ୍ତାନ୍ତର କରିଥିଲେ l କାର୍ଯ୍ୟକ୍ରମରେ ନୟାଗଡ, ଗୋପାଳପୁର, ବ୍ରହ୍ମପୁର, ଖୋର୍ଦ୍ଧା ଓ ଫୁଲବାଣୀ ରୋଟାରୀ କ୍ଲବର ବହୁ ସଦସ୍ୟ, ସଦସ୍ୟା ଅତିଥିଭାବେ ଯୋଗଦେଇ ଭଞ୍ଜନଗର କ୍ଳବକୁ ପ୍ରଶଂସା କରିଥିଲେ l ଚଳିତ ବର୍ଷ ପାଇଁ ନବନିଯୁକ୍ତ କର୍ମକର୍ତା କ୍ଳବର ମାସିକ କାର୍ଯ୍ୟକ୍ରମ ପ୍ରକାରେ ସଫଳତାର ସହ କରାଯିବା ପାଇଁ କହିଥିଲେ l କ୍ଳବର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସହ ସେବାକୁ ଅଗ୍ରlଧିକାର ଭିତ୍ତିରେ କରାଯିବା ପାଇଁ କହିଥିଲେ l ଏହି ପ୍ରରିପ୍ରେକ୍ଷୀରେ ବ୍ଲକରୁ ମାଟ୍ରିକ ଟପ୍ପର ହୋଇଥିବା ୬ ଜଣ ଛାତ୍ର, ଛାତ୍ରୀ, ଆଶାକର୍ମୀ, ସେବିକା, ଚାଷୀ ଙ୍କୁ ମୁଖ୍ୟଅତିଥି ମାନ୍ୟବର ବିଧାୟକ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମକୁ ବରିଷ୍ଠ ସଦସ୍ୟ ରୋଟାରୀଆନ ଶ୍ରୀରାମ ପ୍ରସାଦ ପାଳ ସଂଯୋଜନା କରିଥିବାବେଳେ ସମ୍ପାଦକ ବିଶ୍ୱଜିତ ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ଅଂଚଳର ବହୁ ବୁଦ୍ଧି ଜିବୀ ସହ ସମସ୍ତ ରୋଟାରୀ ସଦସ୍ୟ ଯୋଗଦେଇଥିଲେ l ଶେଷରେ ଭାଗ୍ୟଶାଳୀ ବିଜେତା ପୁରସ୍କାର ରୋଟାରୀଆନ ସନ୍ତୋଷ ଜେନାଙ୍କ ଦ୍ୱାରା ପରିଚାଳନା କରାଯାଇଥିଲା l