Odisha news

ହତ୍ୟାକାରୀ ସାଜିଲେ ବାବା , ଟାଙ୍ଗୀଆ ସହ ବାବା ଗିରଫ 

0
ପାରାଦୀପ :  ଥାନା ବାରଣ୍ଡାରେ କଠଉ ଆଉ ପୋଲିସ ହାତରେ ବାବା | ଦେହରେ ଗେରୁଆ ବସ୍ତ୍ର ଆଉ ମୁହଁରେ ପୁଳା ପୁଳା ଦାଢି | ଦିନେ ଭଗବାନ ଙ୍କ ନାମ ନେଇ ଆଧ୍ଯାତ୍ମିକତା ର ବାଣୀ ଶୁଣାଉଥିବା ବାବା ଆଜି ହଠାତ ହେଇ ଗଲେ ଉଗ୍ର ମୁଖା ଆଉ ସାଜିଲେ ହତ୍ୟାକାରୀ |  ତପନ ବାବା ପ୍ରଥମରୁ ସଂସାର ବନ୍ଧନ ରେ ବାନ୍ଧି ହୋଇ ଦୀର୍ଘ 17 ବର୍ଷ ସଂସାର କଲେ | ଆଉ ଏଇ କିଛି ବର୍ଷ ହେବ ମନରେ ବୈରାଗ୍ୟ ଭାବ କୁଆଡେ ତାଙ୍କର ଜାଗ୍ରତ ହେଲା ଯେ ସେ ବାବା ବନିଗଲେ | ବାହାରେ ଭିକ୍ଷା କଲେ ବୁଲିଲେ | ଆଉ ଯେତେବେଳେ ଘରକୁ ଆସିଲେ ଆରମ୍ଭ ହୋଇଗଲା ପାଟି ତୁଣ୍ଡ ନିଜ ସ୍ତ୍ରୀ ସହ | ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ବାବା ରୂପୀ ସ୍ଵାମୀ ଆଜି ହଠାତ  ରକ୍ତ ମୁଖା ହୋଇ ଟାଙ୍ଗୀଆ ଚୋଟ ରେ ନେଇ ଯାଇଛି ଆଉ ଜଣଙ୍କ ଜୀବନ | ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି କୁଜଙ୍ଗ ଥାନା ଗଣ୍ଡକୀପୁର ପଞ୍ଚାୟତ କାବୁଲପୁର ଗ୍ରାମରେ | ଏହି ଗ୍ରାମର ବାବା ବୋଲାଉଥିବା ତପନ ମାଝୀ ନିଜ ସ୍ତ୍ରୀ କବିତା ମାଝୀ ଙ୍କ ସହ ଝଗଡା କରୁଥିବା ବେଳେ କବିତା ଦିର୍ଘ ତିନିବର୍ଷ ହେବ ତପନ ଙ୍କୁ ଛାଡି ଦୀନବନ୍ଧୁ ସାମଲ ଙ୍କ ପାଖରେ ରହୁଥିଲେ ଓ ପରେ ତାଙ୍କ ସାଇ ଭିତରେ ଏକ ଭଡା ଘରେ ରହୁଥିଲେ | ଦିନବନ୍ଧୁ କବିତା ଙ୍କ ସମ୍ପର୍କୀୟ ମାମୁଁ ହୋଇଥିବା କବିତା କହୁଥିବା ବେଳେ ତପନ ବାବା କିନ୍ତୁ ଏହି ସମ୍ପର୍କ କୁ ନେଇ ମାନିବାକୁ ନାରାଜ | ସେ ଏଥିପାଇଁ ପୂର୍ବରୁ କବିତା ଓ ଦୀନବନ୍ଧୁ ଙ୍କୁ ତାଗିଦ କରିଥିବା ବେଳେ କିଛି ସୁଫଳ ନମିଳିବାରୁ ଦୀନବନ୍ଧୁ ଙ୍କୁ ଦୁନିଆ ରୁ ହଟେଇବାକୁ  ଯୋଜନା କରି ଏକ ସୁଯୋଗ ଅପେକ୍ଷା ରେ ଥିଲେ | ଆଉ ଆଜି ତପନ ଙ୍କ ଘର ଦେଇ ଦିନବନ୍ଧୁ ଯାଉଥିବା ବେଳେ ତପନ ତାଙ୍କୁ କିଛି ଇଙ୍ଗିତ କରି ପ୍ରଥମେ କହିଥିଲା | ଉକ୍ତ ଘଟଣା କୁ ନେଇ ଦୀନବନ୍ଧୁ ତପନ ବାବା ଙ୍କୁ କଣ କହୁଛୁ ବୋଲି ପଚାରିବାରୁ ଉତ୍ୟକ୍ତ ତପନ ବାବା ଏକ ଟାଙ୍ଗୀଆ ସାହାଯ୍ୟରେ ଦୀନବନ୍ଧୁ ଙ୍କୁ ଆକ୍ରମଣ କରି ହତ୍ୟା କରିଥିବା କୁହାଯାଉଛି | ପୋଲିସ ଅଭିଯୁକ୍ତ ତପନ ବାବା କୁ ଗିରଫ କରିଥିବା ବେଳେ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି | ଦୀନବନ୍ଧୁ ଙ୍କ ଭାଇ ଙ୍କ ଲିଖିତ ଅଭିଯୋଗ କୁ ଭିତି କରି ପୋଲିସ 316 ନମ୍ବର ଦଫା 103 କ୍ଲଜ ୱାନ ଭାରତୀୟ ନ୍ୟାୟ ସଂହିତା ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ଆଜି ଠାରୁ ଦେଶରେ ନୂଆ ଭାରତୀୟ ନ୍ୟାୟ ସଂହିତା ଆଇନ ପ୍ରଣୟନ ହେବା ଓ କୁଜଙ୍ଗ ଥାନାରେ ପ୍ରଥମ ଦିନରେ ଏକ ହତ୍ୟା ଅଭିଯୋଗ ଆସିବା ବେଶ ଚର୍ଚା ହେଉଛି |
Leave A Reply