Odisha news

ଅସରାଏ ବର୍ଷାରେ କାକଟପୁର ମୁଖ୍ୟ ବଜାର ଜଳମଗ୍ନ, ଦୁର୍ଦ୍ଦଶା ଭୋଗୁଛନ୍ତି ପଥଚାରୀ

0

କାକଟପୁର ତା ୧/୭,କାକଟପୁର ପୁରୁଣା ବସଷ୍ଟାଣ୍ଡ ତଥା ମୁଖ୍ୟବଜାର ଠାରେ ଅସରାଏ ବର୍ଷାରେ ରାସ୍ତାରେ ଲହଡି ମାରୁଛି ବର୍ଷା ପାଣି, ଦିନକୁ ହଜାର ହଜାର ଗାଡ଼ିମଟର ଯିବା ଆସିବା କରୁଥିବାବେଳେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ପଥଚାରୀ l ଖାଲଖମା ରାସ୍ତାରେ ବର୍ଷା ଜଳ ବୁଡି ରହୁଥିବାବେଳେ ଆକସ୍ମିକ ଦୁର୍ଘଟଣା ରେ ଶିକାର ହେଉଛନ୍ତି ବାଇକ ଆରୋହୀ l ରାସ୍ତାର ୨ ପାର୍ଶ୍ୱରେ ଜଳନିଷ୍କାସନ ବ୍ୟବସ୍ଥା ନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଜମି ରହୁଛି l ଜଳ ନିଷ୍କାସନ ପାଇଁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ନା ପୂର୍ତ୍ତ ବିଭାଗ ନା ଡ୍ରେନେଜ ବିଭାଗ ପକ୍ଷରୁ କୌଣସି ସୁବ୍ୟବସ୍ଥା କରାଯାଉ ନଥିବାରୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି ଯାତ୍ରୀ l ପୁରୀଜିଲ୍ଲାପାଳ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି l

Leave A Reply