ଦେବ ଶୟନ ଏକାଦଶୀ ଠାରୁ ଚତୁର୍ମାସ ଆରମ୍ଭ ହୋଇଥାଏ, ଅର୍ଥାତ ଏହି ୪ମାସ ଧର୍ମ ର ମାସ ଅଟେ ଓ ଏହି ସମୟ ରେ ସମସ୍ତ ପୁଣ୍ୟ କାର୍ଯ୍ୟ କରିବା ଆବଶ୍ୟକ l ଏହି ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ, ଏହି ଚାରି ମାସ ଶ୍ରାବଣ , ଭାଦ୍ରବ, ଅଶ୍ୱିନ ଓ କାର୍ତିକ ମାସ ପରେ ଦେବଉଠାନି ଏକାଦଶୀ ପରେ ବିଷ୍ଣୁ ସାୟଂ ନିଦ୍ରାରୁ ଉଠିବା ପରେ ମାଙ୍ଗଳିକ କାର୍ଯ୍ୟ କରାଯାଇ ଥାଏ l ଚଳିତ ବର୍ଷ ଜୁଲାଇ ୧୭ ତାରିଖ ବୁଧବାର ଦିନ ହରିଶୟନ ଏକାଦଶୀ ରୁ ଚାତୁର୍ମାସ ଆରମ୍ଭ ହେଉଛି l
କରନ୍ତୁ ଏହିସବୁ ପୁଣ୍ୟ କାର୍ଯ୍ୟ –
= ଏହି ଚାରି ମାସରେ ଶ୍ରୀହରି ଓ ମହାଦେବ ଙ୍କୁ ପଞ୍ଚାମୃତ ରେ ଅଭିଷେକ କରିବା ଦ୍ୱାରା ଅକ୍ଷୟ ସୁଖ ଲାଭ ହୋଇଥାଏ l ଏହି ଚାରିମାସ ହଳଦୀ ଦାନ କରିବା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି l ଏବଂ ଲକ୍ଷ୍ମୀଙ୍କ କୃପା ରୁ ଧନଧାନ୍ୟ ବୃଦ୍ଧି ହୋଇଥାଏ l
= ଏହି ଚାରି ମାସ ପିତୃ ପୁରୁଷ ଙ୍କ ନିମନ୍ତେ ପିଣ୍ଡଦାନ ଓ ତର୍ପଣ କରିବା ଦ୍ୱାରା ପିତୃ ପୁରୁଷ ଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ l ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ, ଚତୁର୍ମାସ ରେ ଓସ୍ତ ବୃକ୍ଷକୁ ପୂଜା କରିବା ଖୁବ ଶୁଭ ଅଟେ l ଓସ୍ତ ବୃକ୍ଷରେ ପ୍ରତିଦିନ ଜଳ ଅର୍ପଣ କରିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ l
= ଚତୁର୍ମାସ ରେ ପ୍ରତିଦିନ ସକାଳୁ ସ୍ନାନ ସାରି ଶ୍ରୀହରୀ ଙ୍କ ନାମ ଜପ କରିବା ଶୁଭ ଅଟେ, ଏହି ଚାରି ମାସ ଓଁ ନମୋ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରିବା ଜରୁରୀ l ଏହାଦ୍ୱାରା ଜୀବନ ର ସମସ୍ତ ସଂତାପ କଷ୍ଟ ର ବିନାଶ ହୋଇଥାଏ l
=ଏହି ଚାରି ମାସ ଯେ କୌଣସି ବ୍ୟକ୍ତି ସନ୍ଥ ଙ୍କ ସହିତ ମିଶି ଧର୍ମର ଆଲୋଚନା କରିଥାଏ, ତେବେ ତା ଜୀବନର ସମସ୍ତ ଖରାପ ସମୟ ଦୂର ହୋଇଥାଏ l ଏହି ଚାରି ମାସ ସତସଙ୍ଗ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l