ଭଞ୍ଜନଗର ୦୩/୦୬ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଆସନ୍ତା ୪ ତାରିଖ ଅର୍ଥାତ ମଙ୍ଗଳବାର ଦିନ ସକାଳ ସମୟରୁ ଆରମ୍ଭ ହେବ ଭୋଟ ଗଣନା। ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନରେ ପ୍ରତିଯୋଗିତା କରିଥିବା ପାର୍ଥିଙ୍କ ଫଳାଫଳ ପ୍ରକାଶ ପାଇବ।ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଓ ଆସିକା ଲୋକସଭା ସହିତ ଗଞ୍ଜାମ ଜିଲ୍ଲାର ୩ ଟି ବିଧାନସଭା ଯଥା ଭଞ୍ଜନଗର, ଆସ୍କା, ସୋରଡ଼ା ନିର୍ବାଚନ ମଣ୍ଡଳୀର ଭୋଟ ଗଣନା କରାଯିବ। ଏଥି ନିମନ୍ତେ ଭୋଟ ଗଣନା କେନ୍ଦ୍ର ଠାରୁ ୧୦୦ ମିଟର ପରିସରକୁ ସମ୍ପୂର୍ଣ ରୂପେ ଜୁନ ୪ ତାରିଖ ସକାଳ ୫ ଘଣ୍ଟା ସମୟରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଉପଖଣ୍ଡ ନିର୍ବାଚନ ଅଧିକାରୀ ତଥା ଉପଜିଲାପାଳ ଅନିଲ କୁମାର ସେଠି ସୂଚନା ପ୍ରଦାନ କରିଛନ୍ତି। କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ର ଚାରି ପାର୍ଶ୍ଵରେ ୧୪୪ ଧାରା ଲାଗୁହେବ। ଅଧିକୃତ ବ୍ୟକ୍ତି ବିଶେଷଙ୍କୁ ବାଦ ଦେଇ ଅନ୍ୟ କାହାରିକୁ ଭିତରକୁ ପ୍ରବେଶ ବାରଣ କରାଯାଇଛି।