Odisha news

ବନ୍ଦ ହେଲା ରେଳ ଫାଟକ : ଆରମ୍ଭ ହୋଇଛି ଭୂତଳ ରାସ୍ତା 

ଝରୁଛି ବର୍ଷା ପାଣି,ରାସ୍ତାରେ ଜମୁଛି ପାଣି, ସ୍ଥାୟୀତ୍ବ ନେଉ ପ୍ରଶ୍ନ

0
ନିରାକାରପୁର,୩/୬:  ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଶିପୁର ରେଳ ଫାଟକ ନିକଟରେ ଭୂତଳ ରାସ୍ତା ନିର୍ମାଣ ଶେଷ ହୋଇ ଯାତାୟାତ ପାଇଁ ଆରମ୍ଭ ହୋଇଥିବାବେଳେ ରେଳ ଫାଟକ କୁ ବନ୍ଦ କରାଯାଇଛି।  ଏହି ସ୍ଥାନରେ ରେଳ ଧାରଣା ସମ୍ପୂର୍ଣ କଢ଼ା ଯାଇ ପ୍ରୋକଲିନ ସାହାଯ୍ୟରେ ମାଟି ଖୋଳି ଭୂତଳ ରାସ୍ତା ନିର୍ମାଣ ପାଇଁ ନିର୍ମିତ ସିମେଣ୍ଟ କଂକ୍ରିଟ ପୋଲକୁ ଖଞ୍ଜା ଯାଇଥିଲା। ଭବିଷ୍ୟତକୁ ଆଖିରେ ରଖି ଉକ୍ତ ସ୍ଥାନରେ ତିନି ରେଳ ଧାରଣା ପାଇଁ ପୋଲ ପକା କାର୍ଯ୍ୟ ଶେଷ ହୋଇଛି। ଏହି କାର୍ଯ ଚାଲିଥିବାବେଳେ ଖୋର୍ଦ୍ଧା ରେଳ ଡିଭିଜନ ଡିଆରଏମ ଏବଂ ବହୁ ପଦାଧିକାରୀ, ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ଏହି ରେଳ ଧାରଣ ର ଉଭୟ ପାର୍ଶ୍ଵରେ ଗାଡିମଟର ଯାତାୟାତ ପାଇଁ ରାସ୍ତା କାର୍ଯ୍ୟ ଶେଷ ହେଲା   ପରେ  କାଶିପୁର ରେଳ ଫାଟକ କୁ ବିଭାଗ ତରଫରୁ ବନ୍ଦ କରାଯାଇଛି ।ପ୍ରକାଶ ଥାଉ କି ବହୁ ଦାବି ଓ ଧାରଣା ପରେ ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେସନର ଦକ୍ଷିଣ ଦିଗରେ ଥିବା କାଶିପୁର ରେଳ ଫାଟକ ରଖାଯାଇଥିବବେଳେ ପୁନର୍ବାର ଏହାକୁ ବନ୍ଦ କରାଯିବା ପାଇଁ ନିକଟରେ ଏକ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଥିଲା। ସୂଚନାଯୋଗ୍ୟ କି ବହୁ ପୂର୍ବରୁ ଏହି ଜଗୁଆଳୀ ବିହୀନ ଫାଟକ ଟି ଉପରେ ରେଳ ଫାଟକ କରାଯାଇ ଜଗୁଆଳି ନିଯୁକ୍ତି କରାଯାଇଥିଲା। ପରେ ଅଧିକ ରାଜସ୍ବ ହାନି ହେଉଥିବା ଦର୍ଶାଇ ଏହି ଫାଟକ କୁ ବନ୍ଦ କରିବାକୁ ରେଳ ବିଭାଗ ତରଫରୁ ବାରମ୍ବାର ଉଦ୍ୟମ କରାଯାଇଥିଲା। କିନ୍ତୁ ଲୋକଙ୍କ ବିରୋଧ ଓ ଆନ୍ଦୋଳନ ଫଳରେ ରେଳ ବିଭାଗ ଫାଟକକୁ ରଖିବାକୁ ବାଧ୍ୟ ହୋଇଥିଲା। କିନ୍ତୁ ପରେ ବହୁ ଅର୍ଥ ବ୍ୟୟ ରେ ଦୃତ୍ ଗତିରେ ଫାଟକ ନିକଟରେ ଅଣ୍ଡରଗ୍ରାଉଣ୍ଡ କାର୍ଯ୍ୟ କରାଯାଇ ସାଧାରଣ ଲୋକ ଙ୍କ ଯାତାୟାତ ପାଇଁ ଏହା ଖୋଲା ଯାଇଥିବାବେଳେ ବର୍ଷା ଦିନେ  ଭୂତଳ ରାସ୍ତା ଉପରୁ ବର୍ଷା ପାାଣି ଲିକ କରି ଝରୁଥିବାର ଦେଖିବାକୁ ମିଳୁଛି। ବିଭାଗ ତରଫରୁ ଏହି ଜଏଣ୍ଟ ଜାଗା ମାନଙ୍କରେ ପ୍ଲାଷ୍ଟାର ପ୍ୟାରିସ ଲଗାଯାଇଥିଲା ବି ପାଣି ଝରୁଛି। ଏଣେ ଅଣ୍ଡରପାସ କୁ ସଂଯୋଗ କରୁଥିବା ରାସ୍ତା ନିକଟରେ ବର୍ଷା ପାଣି ଜମି ରହିଥିବାରୁ ଯାତାୟାତ ବି ଅସୁବିଧା ହେଉ ଥିବାର ଦେଖା ଦେଇଛି। ତେଣୁ ଏ ସବୁ ବିଷୟ ରେ ଧ୍ୟାନ ଦେଇ ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରିବାକୁ ଦାବି ହେଉଛି।
Leave A Reply