Odisha news

ଖଲିକୋଟ :  ଦିଲ୍ଲୀପ ପାହାନ ହତ୍ୟା ଘଟଣା ରେ ଆଉ ୩ ଜଣ ଗିରଫ

0
ଛତ୍ରପୁର,୩/୬: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣ ପୁର ଗ୍ରାମରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିଲା। ପୋଷ୍ଟର ମାରିବାକୁ ନେଇ  ଗତ ୧୫ ତାରିଖରେ  ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ସହ ଆଉ ୪ ଜଣ ଆହତ ହୋଇ ଥିଲେ। ଏହି ହତ୍ୟାକାଣ୍ଡ ଘଟଣା  ଅନୁସନ୍ଧାନ ପାଇଁ ଏସ ଆଇ ଟି ଟିମ ଗଠନ ହୋଇଥିଲା। ପୂର୍ବରୁ ୧୪ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମାନେ ବାହାରେ ଥିଲେ। ସୋମବାର ଏଥିରେ ଜଡିତ ଆଉ ୩ ଜଣ ଗିରଫ ହୋଇଥିବା ଜଣାପଡିଛି। ସେମାନେ ହେଲେ ରାଜା ତରାଇ, କୋକନ ନାହାକ ଓ ବିନୟ ତରାଇ l ଏମାନଙ୍କୁ ପୋଲିସ ବାଙ୍ଗୋଲୋର ରୁ ଗିରଫ କରିଥିବା  ଗଂଜାମ ଏସ ପି ଜଗମୋହନ ମିନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଏହି ହତ୍ୟା ଘଟଣାରେ ଏବେ ସୁଦ୍ଧା ୧୭ ଜଣ ଗିରଫ ହୋଇଥିବା ବେଳେ ଘଟଣାର ତଦନ୍ତ ଆହୁରି ଜାରି ରହିଛି ବୋଲି ଏସ. ପି. ସୂଚନା ଦେଇଛନ୍ତି l
Leave A Reply