Odisha news

ବଡଚଣାରେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ : ଇଭିଏମରେ ତୃଟି ଯୋଗୁଁ ୯ଟି ସ୍ଥାନରେ ମତଦାନ ବିଳମ୍ବିତ, ଭୋଟହାର ପ୍ରୟ ୬୫% 

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳିରେ କାଁଭାଁ ଗଣ୍ଡଗୋଳକୁ ଛାଡିଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି!ସକାଳୁ ଭୋଟ ଗ୍ରହଣ ଆରମ୍ଭ ହେବା ସମୟରେ ଏହି ନିର୍ବାଚନ ମଣ୍ଡଳୀର ୭୭ ନମ୍ବର ଓ ୯୫ ନମ୍ବର ସମେ ୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ଇଭିଏମରେ ତୃଟିଯୋଗୁଁ ସେହିସବୁ ବୂଥରେ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା! ତେବେ ରାତି ସାଢେ ୮ ମଧ୍ୟରେ ଏଠାରେ ହାରାହାରି ୬୫% ମତଦାନ ହୋଇଥିବା ଜଣାପଡିଲା ବେଳେ ୩୦ରୁ ଉର୍ଦ୍ଧ୍ଵ ବୁଥରେ ବିଭିନ୍ନ କାରଣ ପାଇଁ ମତଦାନ ଅବ୍ୟାହତ ଥିବା ଜଣାପଡିଛି! ଧାନମଣ୍ଡଳ ଓ ସୁଙ୍ଗୁଡା ପଞ୍ଚାୟତର ସମେତ ୪/୫ଟି ସ୍ଥାନରେ ବୁଥ ଭିତରେ ବିଜେଡି ଓ ବିଜେପି କର୍ମୀ ଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ଘଟଣାକୁ ଛାଡିଦେଲେ ସେପରି ବଡଧରଣର ଘଟଣା ଅନ୍ୟ କେଉଁଠି ଘଟିନାହିଁ! ଏହି ନିର୍ବାଚନ ମଣ୍ଡଳୀର ୪୩ ଟି ପଞ୍ଚାୟତରେ ମୋଟ ୧ଲକ୍ଷ ୯୪ହଜାର ୦୩୦ ଜଣ ଭୋଟର ରହିଥିବା ବେଳେ ସେମାନେ ଆଜି ୨୦୬ଟି ମତଦାନ କେନ୍ଦ୍ରରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ! ଏଠାରେ ମୋଟ ୨୦୬ ଟି ବୁଥକୁ ଉତ୍ତେଜନା ପ୍ରବଣ ବୁଥଭାବେ ଚିହ୍ନଟ କରାଯାଇଥିଲା! ତେବେ ଏହିସବୁ ଉତ୍ତେଜନା ପ୍ରବଣ ବୁଥ ଗୁଡିକରେ ସେପରି କିଛି ବିଶୃଙ୍ଖଳା ସୃଷ୍ଟି ହୋଇନଥିବା ଜଣାପଡିଛି! ଏହି ବିଧାନସଭା କ୍ଷେତ୍ରରେ ବିଜେଡି,ପିଜେପି ଓ କଂଗ୍ରେସର ଦଳୀୟ ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଈ ମୋଟ ୯ଜଣ ପ୍ରାର୍ଥୀ ରହିଛନ୍ତି! ସେମାନଙ୍କ ଭାଗ୍ୟ ଇଭିଏମରେ ସିଲହୋଇ ଯାଇଛି! ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଉଭୟ ବିଜେପି ଓ ବିଜେଡି ଏଠାରେ ବିଜୟୀ ହେବେବୋଲି ଦାବି କରିଛନ୍ତି! ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଏଠାରେ ନିରବ ଭୋଟରଙ୍କ ସଂଖ୍ୟା ଜଥେଷ୍ଟ ରହିଥିବାରୁ ସେହି ଭୋଟରମାନଙ୍କ ନିଷ୍ପତ୍ତି ହିଁ ପ୍ରାର୍ଥୀଙ୍କ ବିଜୟ ବା ପରାଜୟ ପାଇଁ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି!
Leave A Reply