Odisha news

ସାଲେପୁର ରେ ସନ୍ଧ୍ୟା ୫ଟା ସୁଦ୍ଧା ୬୯%ଭୋଟ

0
ସାଲେପୁର : ୯୪ନଂ ସାଲେପୁର ନିର୍ବାଚନ ମଣ୍ଡଳୀ ରେ ସାଲେପୁର ବ୍ଲକ ଅଧିନରେ ଥିବା ୩୫ଗୋଟି ପଞ୍ଚାୟତ ରେ ଜୁନ ୧ତାରିଖରେ ଶେଷପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି।ଆଜି ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା।ସମୁଦାୟ ୧୭୧ଟି ଭୋଟ ଗ୍ରହଣ କେନ୍ଦ୍ର ରେ ଭୋଟରଙ୍କ ସଂଖ୍ୟା ୧୬୭୯୪୪ ଥିଲା ବେଳେ ସନ୍ଧ୍ୟା୫ଟା ସୁଦ୍ଧା ୧୧୬୪୨୬ ଯାହାକି ୬୯.୨୩% ଭୋଟର ମତଦାନ କରିଥିବା ସୂଚନା ମିଳିଛି।୧୭୧ଟି ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୯ଟି କେନ୍ଦ୍ର ଉତେଜନାପ୍ରବଣ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି।୮୯ଟି ବୁଥରେ ୱେବ କାଷ୍ଟିଂ ବା ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିଲା।ନିର୍ବାଚନ ପରିଚାଳନା କରିବା ପାଇଁ ପାଞ୍ଚ ଜଣ ଏକଯିକ୍ୟୁଟିବ ମ୍ୟାଜିଷ୍ଟ୍ରେଟ ନିଯୁକ୍ତ ହୋଇଥିବା ବେଳେ ପନ୍ଦର ଜଣ ସେକ୍ଟର ଅଫିସର, ଶହେ ଏକସ୍ତରି ଜଣ ପ୍ରିଜାଇଡିଂ ଅଫିସର,୩୭ଜଣ ରିଜର୍ଭ ପ୍ରିଜାଇଡିଂ ଅଫିସର, ଆଠ ଶହ ପଞ୍ଚାବନ ଜଣ ପୁଲିଂ ଅଫିସର ନିଯୁକ୍ତ ହୋଇଥିବା ସୂଚନା ମିଳିଛି।କାଳେ କୌଣସି ବୁଥରେ ଇଭିଏମ ମେସିନ ଖରାପ ହେବ ସେଥିପାଇଁ ପ୍ରତ୍ୟେକ ସେକ୍ଟର ଅଫିସରଙ୍କୁ ଚାରୋଟି ଲେଖାଏଁ ଷାଠିଏ ଟି ରିଜର୍ଭ ମେସିନ ଦିଆଯାଇଛି।ଆଜି ତେରଟି ଭୋଟ ଗ୍ରହଣ କେନ୍ଦ୍ରରେ ଭି ଭି ପାଟ ମେସିନ ଖରାପ ହେବାରୁ ଏହାକୁ ବଦଳା ଜାଇ ଭଲ ମେସିନ ଦିଆଯାଇ ଭୋଟ ଗ୍ରହଣ ସୁରୁଖୁରୁରେ କରାଯାଇଥିଲା।୨୬ଟି କେନ୍ଦ୍ରରେ ସେଣ୍ଟ୍ରାଲ ଆର୍ମ ପୋଲିସ ଫୋର୍ସ ନିଯୁକ୍ତ ହୋଇଥିଲେ। ନିର୍ବାଚନ କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ତିରିଶିରୁ ଅଧିକ ପୋଲିସ ଆଧିକାରୀ ଓ ସାତ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ
Leave A Reply