Odisha news

ଅଗ୍ନିକାଣ୍ଡରେ ୩ ବଖରା ଘର ପୋଡି ପାଉଁଶ

0
ରାଜନଗର :  ରାଜନଗର ବ୍ଲକ ବାଲିସାହିପାଟଣା ପଂଚାୟତ  ଧାନଦିଆ ଗ୍ରାମରେ ଆଜି ଆକସ୍ମିକ ଅଗ୍ନିକାଣ୍ଡ ଘଟି ସନାତନ ରାଉତ ଓ ମଙ୍ଗୁଳି ରାଉତଙ୍କ ୩ ବଖରା ଘର ସମେତ ସମସ୍ତ ଆସବାସ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବରପାଇ ରାଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଛି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ସନାତନଙ୍କ ବାପା ଯଦୁମଣି ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକେ ଗାଁରେ ଥିବା ଆମ ଗାଁ ଆମ ବିକାଶ ଗୃହରେ ଆଶ୍ରୟ ନେଇଛନ୍ତି । ବିପନ୍ନ ପରିବାରକୁ ପଂଚାୟତ ପକ୍ଷରୁ ୩ଦିନର ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି । ବିପନ୍ନ ପରିବାରକୁ ବାଲିସାହିପାଟଣା ସରପଂଚ କୈଳାସ ଚନ୍ଦ୍ର ପରିଡା, ଦିଲ୍ଲୀପ କୁମାର ପାତ୍ର, ଜୟନ୍ତ ପରିଡା , ପ୍ରମୁଖ ଭେଟି ସମବେଦନା ଜଣାଇବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ।
Leave A Reply