Odisha news

ବ୍ରହ୍ମଗିରି କେରାଣ୍ଡିଆ ପଡ଼ିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

0

• ବିଜେପିର ମୁଖା ଖୋଲିଲେ ପାଣ୍ଡିଆନ

• ସେମାନେ ମିଛ କହୁଛନ୍ତି, ଅପପ୍ରଚାର କରୁଛନ୍ତି

• ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ସେମାନଙ୍କ ମୁଣ୍ଡ କାମ କରୁନି, କୋଉଠି କ’ଣ କହୁଛନ୍ତି ଜାଣିପାରୁନାହାନ୍ତି

• ପୁରୀ ମନ୍ଦିର କାମ ଏତେ ସୁନ୍ଦର ହୋଇଛି, ସେମାନେ ସହି ପାରୁନାହାନ୍ତି, କହୁଛନ୍ତି ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, କିନ୍ତୁ ପ୍ରକୃତରେ ଖର୍ଚ୍ଚ ହୋଇଛି ମାତ୍ର ୩୫୦ କୋଟି ଟଙ୍କା

• ତାଙ୍କର ସବୁ ନେତା ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ

• ଆସାମ ମୁଖ୍ୟମନ୍ତ୍ରୀ ବି କହୁଛନ୍ତି ଓଡ଼ିଶାକୁ ଏକ ନମ୍ବର କରିବେ, ତା’ହେଲେ ଆସାମକୁ କ’ଣ କରିବେ ?

• ଯୁଆଡ଼େ ଯାଉଛନ୍ତି, କହୁଛନ୍ତି-ଏକ ନମ୍ବର କରିବେ, କର୍ଣ୍ଣାଟକ, ତେଲେଙ୍ଗାନା, ମହାରାଷ୍ଟ୍ର ସବୁଠି କହୁଛନ୍ତି ସେହି ରାଜ୍ୟକୁ ଏକ ନମ୍ବର କରିବେ, ପ୍ରଥମେ ଆଗେ ନିଷ୍ପତ୍ତି କରନ୍ତୁ କେଉଁ ରାଜ୍ୟକୁ ଏକ ନମ୍ବର କରିବେ ?

• ୨୫ ବର୍ଷ ହେଲା ଡବଲ ଇଞ୍ଜିନ ସରକାର ଥାଇ ଏପର୍ଯ୍ୟନ୍ତ ଗୁଜରାଟକୁ ଏକ ନମ୍ବର କରିପାରିଲେ ନାହିଁ

• ସେମାନେ କେବଳ ଆପଣମାନଙ୍କୁ ଭୁଆଁ ବୁଲାଉଛନ୍ତି

ମିଛ ର ସବୁ ସୀମା ଟପି ଯାଇଛନ୍ତି.

• ମୁଖ୍ୟମନ୍ତ୍ରୀ ୯ କୋଟି ଟଙ୍କା ଖର୍ଚ୍ଚ କରି ଅଲାରନାଥ ମନ୍ଦିରର ରୂପାନ୍ତରଣ କରିଛନ୍ତି, ୫ କୋଟି ଖର୍ଚ୍ଚ କରି ବାଲିହରଚଣ୍ଡୀ ମନ୍ଦିରର ରୂପାନ୍ତରଣ କରିଛନ୍ତି

• ନବୀନ ପଟ୍ଟନାୟକ ଜୁନ ୯ ତାରିଖ ଦିନ ଶପଥ ନେବା ପରେ ଆପଣମାନଙ୍କ ବିଜୁଳି ବିଲ ଛାଡ଼୍‍ କରିବେ, ତା’ପରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ କରିବେ, ତା’ପରେ ମିଶନ ଶକ୍ତି ସଭ୍ୟ ଓ କର୍ମୀମାନଙ୍କୁ ପେନ୍‍ସନ ଦେବେ,

• ବିଜେପି ମଧ୍ୟ କହୁଛି ମାଗଣା ବିଜୁଳି ଦେବ, ଆପଣ ୫୦ ହଜାର ଟଙ୍କା ଦେବେ, ତା’ପରେ ସୂର୍ଯ୍ୟକିରଣରୁ ପାଇବେ ବିଜୁଳି, କେବଳ ଦିନରେ ଲଣ୍ଠନ ଦେଖେଇବା ଛଡ଼ା ଆଉ କିଛି ଜାଣନ୍ତି ନାହିଁ

• ଓଡ଼ିଶାରେ କେବଳ ନବୀନବାବୁଙ୍କ ବିଜୁଳି ଚାଲିବ

• ଆପଣମାନେ ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ, ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ରେକର୍ଡ ସୃଷ୍ଟି କରନ୍ତୁ

• ବିଜୁ ଜନତା ଦଳ ହେଉଛି ଲକ୍ଷ୍ମୀବନ୍ତ ଦଳ, ସମସ୍ତଙ୍କ ଘରକୁ ଖୁସି ଆଣିଛି, ଏବେ ସମସ୍ତଙ୍କ ଘର ଆଲୋକିତ ହେବ- ଅରୂପ ପଟ୍ଟନାୟକ

Leave A Reply