Odisha news

ଚିଲିକା ନିର୍ବାଚନ ମଣ୍ଡଳୀରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

0

• ଗତ ୧୦ ବର୍ଷ ହେବ ଚିଲିକା ନିର୍ବାଚନ ମଣ୍ଡଳୀରେ ଯେତିକି ଉନ୍ନତି ହେବା କଥା ହୋଇନାହିଁ, ଆପଣମାନେ ଏହି ଦୁଇ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ ଡବଲ କାମ ଏଠାରେ ହେବ

• ଆପଣ ପଞ୍ଚାୟତ ଓ ଅର୍ବାନ ନିର୍ବାଚନରେ ଯେଉଁଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି, ଏଥର ମଧ୍ୟ ତା’ଠୁ ଅଧିକ ସଂଖ୍ୟାରେ ଆଶୀର୍ବାଦ କରିବେ ବୋଲି ମୋର ବିଶ୍ୱାସ

• ମାଁ ଭଗବତୀଙ୍କ ପୀଠର ଉନ୍ନତିକରଣ ପାଇଁ ୩୩ କୋଟି, ବାଣପୁରର ଡ୍ରେନେଜ୍‍ ସିଷ୍ଟମରେ ଉନ୍ନତି ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯାଇଛି

• ୨୨୦ କୋଟି ଟଙ୍କାର ପିଇବା ପାଣି ପ୍ରକଳ୍ପ ଜରିଆରେ ଘରେ ଘରେ ପିଇବା ପାଣି ପହଞ୍ଚିବ

• ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ହେବ

• ଚିଲିକା ନିର୍ବାଚନ ମଣ୍ଡଳୀର ଯାହା ବି ଅସୁବିଧା ଅଛି ଦୂର ହେବ

• ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

• ଶପଥ ନେବାପରେ ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ

• ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ

• ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ସଦସ୍ୟ ଓ କର୍ମୀମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା, ଏହା ସେମାନଙ୍କର ବହୁଦିନର ଦାବୀ ଥିଲା

Leave A Reply