ଭୁବନେଶ୍ୱର : ଓଡ଼ିଶାରେ ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷା ଯଦି ଦେବାକୁ ଚାହୁଁଛନ୍ତି, ତେବେ ତାର ଅଫିସିଆଲ ୱେବସାଇଡ କୁ ଯାଇ ଆବେଦନ ତୁରନ୍ତ କରନ୍ତୁ l ସେଥିପାଇଁ ଅଫିସିଆଲ ୱେବସାଇଟ ossc.gov.in. ରେ କ୍ଲିକ କରିବାକୁ ପଡିବ l ଏଠାରେ ଆପଣ ଆବଶ୍ୟକୀୟ ତଥ୍ୟ ପାଇବା ସହିତ ଆବେଦନ ମଧ୍ୟ କରିପାରିବେ l ଏହି ପଦବୀ ଗୁଡିକ ହେଲା ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥି ଆସିଷ୍ଟାଣ୍ଟ , ଜୁନିଅର ଫିଶରୀଯ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମୀନ ର ଆବଶ୍ୟକତା ରହିଛି l
ଆବେଦନ କରିବାର ଶେଷ ତାରିଖ –
ଇଛୁକ ପାର୍ଥି ଙ୍କ ପାଇଁ ଆବେଦନ କରିବାର ଶେଷ ତାରିଖ ହେଲା ୨୪ ମଇ ୨୦୨୪, ଏବଂ ଫର୍ମ ଏଡିଟ କରିବା ପାଇଁ ଶେଷ ତାରିଖ ହେଉଛି ମଇ ୨୯ ୨୦୨୪, ଏହି ଖାଲି ସ୍ଥାନ ଗୁଡିକ ସରକାରୀ ଚାକିରୀ ର ବିଭିନ୍ନ ବିଭାଗ ପାଇଁ l
ଶିକ୍ଷାଗତ ଯୋଗ୍ୟତା –
ଆବେଦନକାରୀ ସମ୍ବନ୍ଧିତ ବିଷୟରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡ ରୁ +2 ପାସ କରିଥିବା ଆବଶ୍ୟକ l
ବୟସ ସୀମା –
ବୟସ ସୀମା ରହିଛି ୧୮ ରୁ ୩୮ ବର୍ଷ l
ଓଡିଶା ଷ୍ଟାଫ ସିଲେକ୍ସନ ପକ୍ଷରୁ ସିଲେକସନ ପାଇଁ ପରୀକ୍ଷା ଦେବାକୁ ପଡିବ l ଯେପରିକି ପ୍ରିଲିମିନାରୀ, ମେନ୍ସ, ଇଣ୍ଟରଭିୟୁ ଓ ଡକୁମେଣ୍ଟ ଭେରିଫିକେସନ l ଅଧିକ ତଥ୍ୟ ପାଇଁ ଆପଣ ଓଡିଶା ସରକାର ଙ୍କ ଅଫିସିଆଲ ୱେବସାଇଡ କୁ ଯାଇ ସମ୍ପୂର୍ଣ ବିବରଣୀ ପାଇପାରିବେ l