• ଏତେ ଖରାରେ ଏତେ ଦୂରରୁ ଆସିଥିବାରୁ ଉପସ୍ଥିତ ବିଶାଳ ଜନସମାବେଶକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
• ବିରୋଧୀ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି
• ବି.ଏସ୍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଜନମତ ନେଲେ
• ନବୀନ ପଟ୍ଟନାୟକ ଭଲ କି ? ‘ହଁ’ ରେ ପ୍ରତିଧ୍ୱନିତ ହେଲା ସଭାସ୍ଥଳ
• ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣା ବିଜୁଳି ଦେବ, ଆପଣମାନେ ଖୁସି ତ ?
• ମା ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ? ପୁରୀ ପରିକ୍ରମା ପ୍ରକଳ୍ପ ଭଲ ହେଇଛି ତ ? ବହୁତ ଭଲ ବୋଲି ଉଚ୍ଛ୍ୱସିତ ସ୍ୱରରେ ଉତ୍ତର ଦେଲେ ଜନତା
• ବିଜୁ ଜନତା ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ଶ୍ରୀ ପାଣ୍ଡିଆନ
• ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣମାନଙ୍କ ଭଲପାଇବା ଓ ଜୋଶ୍ ଦେଖି ଏ ମାଟିର ପୁଅ କେନ୍ଦ୍ରମନ୍ତ୍ରୀ ଡରିକି ନିଜକୁ କୋରିଅର କରିଦେଲେ ସମ୍ବଲପୁରକୁ
• ପ୍ରଧାନ ମନ୍ତ୍ରୀ ଆସି କହୁଛନ୍ତି ଓଡ଼ିଶାକୁ ଏକ ନମ୍ୱର କରିବେ, ଦୁଇ ଜଣ ମୁଖ୍ୟମନ୍ତ୍ରୀ ମଧ୍ୟ ଆସି କହୁଛନ୍ତି, ଓଡ଼ିଶାକୁ ଏକ ନମ୍ବର କରିବେ, ତେଣୁ ସେମାନେ କୁହନ୍ତୁ, ତାଙ୍କ ରାଜ୍ୟକୁ କ’ଣ କରିବେ ?
• କେନ୍ଦ୍ର ଗୃହମନ୍ତ୍ରୀ ଯାଇ କର୍ଣ୍ଣାଟକରେ କହୁଛନ୍ତି, କର୍ଣ୍ଣାଟକକୁ ଏକ ନମ୍ୱର କରିବେ, ତେଲେଙ୍ଗାନାରେ ମଧ୍ୟ ସେ ଯାଇ କହୁଛନ୍ତି, ତେଲେଙ୍ଗାନାକୁ ଏକ ନମ୍ୱର କରିବେ ।
• ପ୍ରଥମେ ଆଗ ସେମାନଙ୍କ ପାର୍ଲାମେଣ୍ଟାରି ପାର୍ଟି ବୈଠକ କରି ନିଷ୍ପତ୍ତି ନିଅନ୍ତୁ, କେଉଁ ରାଜ୍ୟକୁ ଏକ ନମ୍ୱର କରିବେ ?
• ତା’ପରେ ଏଠାକୁ ଆସି, ଓଡ଼ିଶାର ଏକ ନମ୍ୱର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନିଅନ୍ତୁ
• ଗୁଜରାଟକୁ ଏକ ନମ୍ୱର କରିପାରିଲେ କି ?
• ଓଡ଼ିଶା ୧ ନମ୍ବର ହେବ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସହଯୋଗରେ
• ଯେଉଁ ରାଜ୍ୟମାନଙ୍କରେ ଡବଲ ଇଞ୍ଜିନ ଚାଲୁଥିଲା, ସବୁ ବନ୍ଦ ହୋଇଗଲାଣି
• ଜୁନ ୯ ତାରିଖରେ ୧୧.୩୦ରୁ ଗୋଟାଏ ମଧ୍ୟରେ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
• ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ୍, ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ, ଏହା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି, ଜୁଲାଇରୁ ବିଜୁଳି ବିଲ ଆସିବନାହିଁ
• ନବୀନ ବାବୁଙ୍କ ମାଗଣା ବିଜୁଳି ଘୋଷଣା ଶୁଣି ବିଜେପିକୁ କରେଣ୍ଟ ଲାଗିଲାଣି, କହୁଛନ୍ତି ସୋଲାର ପ୍ୟାନେଲ ବସାଇ ମାଗଣା ବିଜୁଳି ଦେବେ, ଏଥିପାଇଁ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ
• ଦ୍ୱିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ
• ତୃତୀୟ ଦସ୍ତଖତ ହେବ ୬୦ ବର୍ଷ ପରେ ମିଶନ ଶକ୍ତି କର୍ମୀ ଓ ସଭ୍ୟ ମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା
• ଏହି ତିନୋଟି ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି, ଏହାକୁ ଘରେ ଘରେ ପହଞ୍ଚାନ୍ତୁ
• ବାହାରୁ ଆସି ନବୀନ ବାବୁଙ୍କୁ ଅସମ୍ମାନିତ କରୁଥିବା ବ୍ୟକ୍ତିମାନଙ୍କୁ କଡ଼ା ଜବାବ ଦିଅନ୍ତୁ
• ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ୱନ୍ଧରେ ଜନମତ ସଂଗ୍ରହ କଲେ