ବୋଲଗଡ଼ : ଚଳିତ ସାଧାରଣ ନିର୍ବାଚନ ରାଜ୍ୟର ତୃତୀୟ ପର୍ଯ୍ୟାୟ ଭୋଟ ଚଳିତ ମାସ ୨୫ତାରିଖରେ ଭୁବନେଶ୍ଵର ସଂସଦୀୟ କ୍ଷତ୍ରରେ ଅନୁଷ୍ଠିତ ହେବ ।ନିର୍ବାଚନ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳର କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।ଏହି ଅବସରରେ ଗୁରୁବାର ଦିନ ୧୧୬ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀର ବେଗୁନିଆ ସଦର ମହକୁମା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଭି କେ ପାଣ୍ଡିଆନ ଅପରାହ୍ନରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।ଦୀର୍ଘ ୨୪ବର୍ଷ ଶାସନ କାଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖି ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାମାଜିକ କଲ୍ୟାଣ ଯୋଜନାରେ ଅସହାୟ ,ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କର ମାସିକ ଭତ୍ତା ବୃଦ୍ଧି, ମିଶନ ଶକ୍ତି ମହିଳା ମାନଙ୍କ ପାଇଁ ୧୦ଲକ୍ଷ୍ୟ ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ ,ସ୍କୁଟି ଯୋଜନା , ହଜାର ହଜାର ମଠ ,ମନ୍ଦିର , ମସଜିତ୍ ଓ ଗୀର୍ଯା ଗୁଡ଼ିକୁ ସେଗୁଡ଼ିକର ଭିତ୍ତି ଭୂମିର ବିକାଶ ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ,ପଞ୍ଚାୟତ ରୁ ବ୍ଲକ୍ କୁ ସହଜ ଓ ସୁବିଧାରେ ଯାତାୟାତ କରିବା ପାଇଁ ଲକ୍ଷ୍ମୀ ବସ ଯୋଜନା ଇତ୍ୟାଦି ସମ୍ପର୍କରେ କର୍ମୀ ମାନଙ୍କୁ ବୁଝାଇ ଥିଲେ ।ଏହି କାର୍ଯ୍ୟକ୍ରମରେ ବିଜେଡି ଦଳରେ ସାଂସଦ ପ୍ରlଥୀ ଓ ବେଗୁନିଆ ବିଧାନ ସଭାର ବିଧାୟକ ପ୍ରlଥି ଙ୍କୁ ଯୋଡ଼ି ଶଙ୍ଖ ଚିଂହରେ ୨୫ତାରିଖ ଦିନ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଉପସ୍ଥିତ ହଜାର ହଜାର ସଂଖ୍ୟାର ଦଳୀୟ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ବିଜେଡି ସାଂସଦ ପ୍ରାଥୀ କ୍ୟାପଟେନ ମନ୍ମଥ ରାଉତରାୟ ଖୋର୍ଦ୍ଧା ବୀର ପାଇକ ମାଟିର ଲଢ଼ୁଆ ପୂର୍ବ ପୁରୁଷଙ୍କୁ ମନେ ପକାଇ ସେମାନଙ୍କ ବିରତ୍ଵ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ମାନ୍ୟବର ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୪ଥର ଚିଠି ମାଧ୍ୟମରେ ଜଣାଇ ଛନ୍ତି ଜେ ପାଇକ ସ୍ମାରକୀ ପ୍ରତିଷ୍ଠା ,ପାଇକ ରେଜିମେଣ୍ଟ ଗଠନ ୧୮୧୭ ଦେଶର ପ୍ରଥମ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ଆନ୍ଦୋଳନକୁ ସିକୃତି ଦେବାପାଇଁ ଉଲ୍ଲେଖ କରିଥିଲେ । ଏହା ପରେ ବିଧାୟକ ପ୍ରାଥୀ ପ୍ରଦୀପ କୁମାର ସାହୁ ନିଜ ବୋଲଗଡ଼ – ବେଗୁନିଆ ମାଟି ର ବିକାଶ ପାଇଁ ନିଜକୁ ମୃତ୍ୟୁ ପର୍ଯ୍ୟନ୍ତ ଉତ୍ସର୍ଗିତ କରିବା ପାଇଁ ସମର୍ପିତ କରିଥିଲେ ।ଉଦବୋଧନ ମାଧ୍ୟମରେ ଲକ୍ଷ୍ୟାଧିକ ଭୋଟ ବ୍ୟବଧାନରେ ଜିତିବା ପାଇଁ ଭୋଟ ଭିକ୍ଷା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବେଗୁନିଆ ବ୍ଲକ୍ ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ୩ଟି ଜିଲ୍ଲା ପରିଷଦ ସଦସ୍ୟ ଏବଂ ୨୧ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ସେହିପରି ବୋଲଗଡ଼ ବ୍ଲକ୍ ର ଅଧକ୍ଷ ,ଉପାଧ୍ୟକ୍ଷ ସମେତ ୩ଟି ଜିଲ୍ଲାପରିଷଦ ନିର୍ବାଚିତ ପ୍ରତିନିଧି ଓ ୧୯ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
ଗଙ୍ଗାଧର ଦାଶ, ପ୍ରତିନିଧି ବୋଲଗଡ଼ ।
