ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୁଲବାଣୀ ଗ୍ରସ୍ତ , ବିଜେଡି ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ।
ଫୁଲବାଣୀ ତା ୯/୫: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମ ଠାରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକୂଳ ପାଗ ସତ୍ତ୍ୱେ ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ଉପସ୍ଥିତ ହୋଇ କନ୍ଧମାଳ ବାସୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ସମସ୍ତ ବିଜେଡି ପ୍ରାର୍ଥୀମାନଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ l ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ୭ ବିଧାନସଭା ପ୍ରାର୍ଥୀ ଏବଂ ଏମ୍ପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଜୟଯୁକ୍ତ କରିବାକୁ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିରୋଧୀ କେବଳ ଅପପ୍ରଚାର କରୁଛନ୍ତି ଓ ରାଜ୍ୟବାସୀଙ୍କ ପାଇଁ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସେମାନେ ଯାହା କୁହନ୍ତି, ତାହା କରନ୍ତି ନାହିଁ। ତେଣୁ ଏଥର ସମସ୍ତେ ଯୋଡ଼ି ଶଙ୍ଖ, ଗୋଟିଏ ଏମ୍ଏଲ୍ଏ ଏବଂ ଅନ୍ୟଟି ଏମ୍ପି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ସେହିପରି ଫାଇଭ୍ ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ୍ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ନିର୍ବାଚନ ଆସିଲେ ସେମାନଙ୍କର ଓଡିଶା, ଓଡିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଦିର୍ଘ ୧୦ ବର୍ଷ ଶାସନ କାଳରେ ଭାଷା ପାଇଁ କଣ କରିଛନ୍ତି କେନ୍ଦ୍ର ସରକାର l ଓଡିଶା ସରକାର ଓଡିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍ ଦିଆଯାଉଛି ।ଶ୍ରୀ ପାଣ୍ଡିୟାନ ଆହୁରି ମଧ୍ୟ କହିଛନ୍ତି ଯେ,ଆଦିବାସୀ ଙ୍କ ଉନ୍ନତି ପାଇଁ ବିଜେଡି ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଛି। ମୁଖ୍ୟମନ୍ତ୍ରୀ ଆଦିବାସୀ ମାନଙ୍କୁ ବହୁତ ଭଲ ପାଆନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଦିବାସୀ ମାନଙ୍କ ନାମରେ ବିଭିନ୍ନ ଥାନାରେ ଓ ଅଵକାରୀ ତଥା ଅନ୍ୟ ବିଭାଗରେ ରହିଥିବା ୫୦ ହଜାରରୁ ଉର୍ଦ୍ଧ୍ଵ ମୋକଦ୍ଦମା ଉଠାଇ ନିଆଯାଇଛି।
ଏହି ନିର୍ବାଚନୀ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍, କନ୍ଧମାଳ ସଂସାଦ ଡଃ ଅଚ୍ୟୁତ ସାମନ୍ତ, ବିହନ ନିଗମ ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ଫୁଲବାଣୀ ବିଧାୟିକା ପାର୍ଥି ଜୟଶ୍ରୀ କହଁର, ବୌଦ୍ଧ ବିଧାୟକ ପାର୍ଥି ପ୍ରଦୀପ ଅମାତ, ଭଞ୍ଜନଗର ବିଧାୟକ ପାର୍ଥି ବିକ୍ରମ କେଶରୀ ଆରୁଖ, ବାଲିଗୁଡ଼ା ବିଧାୟକ ପାର୍ଥି ଚକ୍ର ମଣି କହଁର, ଜି ଉଦୟଗିରି ବିଧାନସଭା ପାର୍ଥି ସାଲୁଗା ପ୍ରଧାନ, କଣ୍ଟାମାଳ ବିଧାୟକ ପାର୍ଥି ମହୀଧର ରଣା, ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା,ଜିଲ୍ଳା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବିଜେଡିରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ l ଜିଲ୍ଳା ସଭାପତି ଅଙ୍ଗଦ କହଁର ଧନ୍ଯବାଦ ଅର୍ପଣ କରିଥିଲେ lଏହି ସଭାରେ ବିପୁଳ ସଂଖ୍ୟାରେ ଜନସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।
