ମଙ୍ଗଳସୂତ୍ର ସହିତ ଜଡିତ ୧୦ଟି କଥା, ଯାହାକୁ ପ୍ରତ୍ୟେକ ନାରୀ ନିହାତି ଜାଣି ରଖିବା ଜରୁରୀ, ଦୂର ହେବ ସ୍ୱାମୀଙ୍କ ର ସମସ୍ତ କ୍ଳେଶ
ମଙ୍ଗଳସୂତ୍ର ର ଇତିହାସ ଖୁବ ପୁରୁଣା ଅଟେ, ଏହାର ମାନ୍ୟତା ପୌରାଣିକ କଥାରୁ ମିଳିଥାଏ l ମଙ୍ଗଳସୂତ୍ର ର ସମ୍ବନ୍ଧ ମାତା ପାର୍ବତୀ ଓ ମହାଦେବ ଙ୍କ ସହିତ ଜଡିତ l ମଙ୍ଗଳସୂତ୍ର ବିଷୟରେ ପ୍ରତ୍ୟେକ ବିବାହିତା ମହିଳା କିଛିଟା କଥା ଜାଣି ରଖିବା ଜରୁରୀ l ଏବଂ ଏହାର ମହତ୍ଵକୁ ମଧ୍ୟ ବୁଝିବା ଜରୁରୀ l ମଙ୍ଗଳସୂତ୍ର କେବଳ ଗୋଟିଏ ଆଭୂଷଣ ନୁହେଁ, ଏହା ବୈବାହିକ ଜୀବନ ର ରକ୍ଷା କବଚ ଅଟେ l
ମଙ୍ଗଳସୂତ୍ର ର ଅର୍ଥ –
ମଙ୍ଗଳସୂତ୍ର ୨ଟି ଶବ୍ଦ କୁ ମିଳିତ ରେ ହୋଇଛି, ଗୋଟିଏ ହେଉଛି ମଙ୍ଗଳ ଓ ଆଉ ଗୋଟିଏ ହେଉଛି ସୂତ୍ର l ଏଥିରେ ମଙ୍ଗଳ ର ଅର୍ଥ ପବିତ୍ର ଓ ସୂତ୍ର ର ଅର୍ଥ ହାର ବା ମଳି ଅଟେ l ବିବାହିତ ସ୍ୱାମୀଙ୍କ ଦୀର୍ଘାୟୁ, ଜୀବନରକ୍ଷା ଓ ସୁଖୀ ବୈବାହିକ ଜୀବନ ପାଇଁ ବିବାହ ପରେ ମଙ୍ଗଳସୂତ୍ର ଧାରଣ ସ୍ତ୍ରୀମାନେ କରି ଥାଆନ୍ତି l ତେଣୁ ପ୍ରତ୍ୟେକ ବିବାହିତା ହିନ୍ଦୁ ମହିଳା ମଙ୍ଗଳସୂତ୍ର ବିଷୟରେ ଏହିସବୁ କଥା ଜାଣିବା ନିହାତି ଜରୁରୀ l
ମଙ୍ଗଳସୂତ୍ର ସହିତ ଜଡିତ ୧୦ଟି ମହତ୍ଵପୁର୍ଣ କଥା –
୧ – ଶାସ୍ତ୍ର ଅନୁସାରେ ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ର ର ଆରମ୍ଭ ଶିବ – ପାର୍ବତୀ ଙ୍କ ଠାରୁ ହୋଇଥିଲା, ଯେତେବେଳେ ମହାଦେବ ଙ୍କ ବିବାହ ପାର୍ବତୀଙ୍କ ସହିତ ହେଉଥିଲା , ସେତେବେଳେ ତାଙ୍କର ସତୀ ଙ୍କ କଥା ମନେପଡି ଥିଲା l ସେତେବେଳେ ଭଗବାନ ଶିବ ପାର୍ବତୀଙ୍କ ରକ୍ଷାପାଇଁ ଗୋଟିଏ ହଳଦିଆ ସୁତା ରେ କଳା ମୋତି କୁ ଗୁନ୍ଥି ଗୋଟିଏ ରକ୍ଷା ସୂତ୍ର ପାର୍ବତୀଙ୍କୁ ବାନ୍ଧି ଥିଲେ l ଏହାର ହଳଦିଆ ସୂତା କୁ ମା ପାର୍ବତୀ ଓ କଳା ମାଳି କୁ ମହାଦେବ ବୋଲି କୁହାଯାଇ ଥାଏ l ଏହାପରେ ହିନ୍ଦୁ ଧର୍ମରେ ବିବାହ ପରେ ମଙ୍ଗଳସୂତ୍ର ପିନ୍ଧିବାର ପରମ୍ପରା ରହିଛି l
୨ – ମଙ୍ଗଳସୂତ୍ର କୁ ବୈବାହିକ ଜୀବନ ର ରକ୍ଷା ସୂତ୍ର ମଧ୍ୟ କୁହାଯାଇ ଥାଏ , ଏହାର ଆଲୋଚନା ଆଦିଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ପୁସ୍ତକ ସୌନ୍ଦର୍ଯ୍ୟ ଲହରୀ ରେ ହୋଇଛି l
୩ – ମଙ୍ଗଳସୂତ୍ର କୁ ନେଇ ଅଲଗା ଅଲଗା ପ୍ରଚଳନ ରହିଛି, ଗୋଟିଏ ମାନ୍ୟତା ଅନୁସାରେ ମଙ୍ଗଳସୂତ୍ର ମା ଭଗବତୀ ୯ଟି ରୂପ କୁ ନେଇ ଆଧାରିତ, ଏବଂ ଏହା ଶକ୍ତିର ପ୍ରତୀକ l ଏହାଛଡା ମଙ୍ଗଳସୂତ୍ର ପୃଥିବୀ, ବାୟୁ, ଅଗ୍ନି ଓ ଜଳର ପ୍ରତୀକ ଅଟେ l
୪ – ଅନ୍ୟପକ୍ଷରେ ମଙ୍ଗଳସୂତ୍ର ପିନ୍ଧିବାର ଆରମ୍ଭ ଷଷ୍ଠ ଶତାବ୍ଦୀ ରୁ ହୋଇଥିଲା, କୁହାଯାଏ ଯେ ମଙ୍ଗଳସୂତ୍ର ପିନ୍ଧିବାର ପରମ୍ପରା ସର୍ବ ପ୍ରଥମେ ଦକ୍ଷିଣ ଭାରତରେ ଆରମ୍ଭ ହୋଇଥିଲା l
୫ – ମାନ୍ୟତା ରହିଛି ଯେ ମଙ୍ଗଳସୂତ୍ର ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଧାରଣ କରାଯାଏ, ଏହାଛଡା ଏହା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କୁ ଖରାପ ନଜର ରୁ ରକ୍ଷା କରିଥାଏ l
୬ – ଅନ୍ୟ ଗୋଟିଏ ମାନ୍ୟତା ଅନୁସାରେ ମହିଳା ମାନେ ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ଜାତକ ରେ ମଙ୍ଗଳ ଦୋଷ ଦୂର ହୋଇଥାଏ l
୭ – ମଙ୍ଗଳସୂତ୍ର ସୁନାରେ ଧାରଣ କରିବା ଜରୁରୀ, ଶାସ୍ତ୍ର ଅନୁସାରେ ସୁନା ର ସମ୍ବନ୍ଧ ଗୁରୁ ଗ୍ରହ ଙ୍କ ସହିତ ଅଟେ l ଏବଂ ଗୁରୁ ସୁଖୀ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ l ଏବଂ ସୁନା ପିନ୍ଧିବା ଦ୍ୱାରା ସୂର୍ଯ୍ୟ ମଜବୁତ ରହିଥାଆନ୍ତି l
୮ – ମଙ୍ଗଳସୂତ୍ର ର କଳାମାଳି ର ସମ୍ବନ୍ଧ ଶନି ଗ୍ରହ ଙ୍କ ସହିତ ରହିଛି , ଶନି ସ୍ଥାୟୀତ୍ୱ ର ପ୍ରତୀକ ଅଟନ୍ତି l ଏମିତିରେ ସୁନାର ମଙ୍ଗଳସୂତ୍ର ଧାରଣ କରିବା ଦ୍ୱାରା ସୂର୍ଯ୍ୟ, ଗୁରୁ ଓ ଶନି ଶୁଭ ପ୍ରଭାବ ବୈବାହିକ ଜୀବନ ଉପରେ ପଡିଥାଏ l
୯ – ମଙ୍ଗଳସୂତ୍ର କୁ କଦାପି ଲୁଚାଇ ରଖିବା ଉଚିତ ନୁହେ, ଏହାଦ୍ୱାରା ପରିବାର ମଧ୍ୟରେ ବିଭିନ୍ନ ସମସ୍ୟା ଦେଖାଯାଏ l
୧୦ – ସଧବା ମହିଳାଙ୍କ ପାଇଁ ମଙ୍ଗଳସୂତ୍ର ପିନ୍ଧିବାରେ କୌଣସି ନୀତିନିୟମ ନାହିଁ, ଏହାକୁ ଆପଣ ଛୁଆଁ ଅଛୁଆଁ ପ୍ରତ୍ୟେକ ସମୟ ରେ ଧାରଣ କରିପାରିବେ l