Odisha news

ଲଙ୍କାପୋଡି ଏକାଦଶ ଦିବସ ବାଳି ବଦ୍ଧ ଓ ସୁଗ୍ରୀବ ଅଭିଷେକ 

0
ଦଶପଲ୍ଲା୨୭/୪ : ଦଶପଲ୍ଲା ଲଙ୍କାପୋଡି ଯାତ୍ରା ର ଏକାଦଶ ଦିନ ମୁଖ୍ୟ ମଞ୍ଚରେ ବାଳି ବଦ୍ଧ ଓ ସୁଗ୍ରୀବ ଅଭିଷେକ ନାଟକ ମୁଖ୍ୟ ମଞ୍ଚ ରେ ଅନୁଷ୍ଠିତ ହୋଇ ଯାଇଛି । ଶବରୀ ମୋକ୍ଷ ପରେ ପ୍ରଭୁ ଶ୍ରୀରାମ ସୀତାଙ୍କୁ ଖୋଜି ଖୋଜି   କିଷ୍କିନ୍ଦା ଅଭିମୁଖେ ଗମନ କରୁଥିବା ବେଳେ ସୁଗ୍ରୀବ ବାଳି ଭୟରେ ନିଜର ଅଷ୍ଟ ସେନା ଙ୍କ ସହିତ ରୁଶ୍ୟମୁଖ ପର୍ବତରେ ଲୁଚି ରହିଥାଏ । ସେମାନେ ରାମ ଲକ୍ଷ୍ମଣ ଙ୍କୁ ଦେଖି ବାଳିର ଗୁପ୍ତଚର ଭାବି ସନ୍ଦେହ କରନ୍ତି । ଏଣୁ ହନୁମାନ ଛଦ୍ମ ବେଶରେ   ବ୍ରହ୍ମଣ ବେଶ ଧରି ରାମ ଓ ଲକ୍ଷ୍ମଣ ଙ୍କ ନିକଟକୁ ଯାଏ ଓ ରାମ ହାମୁମାନ ଙ୍କ ମିଳନ ହୁଏ । ତତ୍ପରେ ରାମ ଚନ୍ଦ୍ର ଓ ଲକ୍ଷ୍ମଣ ରୁଶ୍ୟମୁଖ ପର୍ବତ କୁ ଆସି ସୁଗ୍ରୀବ ଙ୍କ ସହ ମିତ୍ରତା କରନ୍ତି  ଓ ସୁଗ୍ରୀବ ଙ୍କୁ କିଷ୍କିନ୍ଦା ରାଜ୍ୟର ରାଜା କରିବାକୁ ପ୍ରତିଜ୍ଞା କରନ୍ତି । ବାଳି ଅତି କ୍ରୋଧର ସହ ସୁଗ୍ରୀବ କୁ ଆକ୍ରମଣ କରେ ମାତ୍ର ବାଳି ଓ ସୁଗ୍ରୀବ ଏକାଭଳି ଦେଖା ଯାଉଥିବାରୁ ରାମଚନ୍ଦ୍ର ଶର ନିକ୍ଷେପ କରିପାରନ୍ତି ନାହିଁ । ଏହି ଯୁଦ୍ଧ ରେ ସୁଗ୍ରୀବ ପରାସ୍ତ ହୋଇ ପ୍ରାଣ ବିକଳରେ ଚାଲି ଆସେ । ମାତ୍ର ରାମଚନ୍ଦ୍ର ସୁଗ୍ରୀବ ଙ୍କୁ ଆଲିଙ୍ଗନ କରିବା ସମୟ ରେ ତାଙ୍କୁ ଶକ୍ତି ଦିଅନ୍ତି  ଓ ଗୋଟିଏ ବଣ ମଲିର ମାଳ ପିନ୍ଧାଇ ଦିଅନ୍ତି । ଦ୍ୱିତୀୟବାର ଯୁଦ୍ଧ ହୁଏ ଏବଂ ଶ୍ରୀରାମ ,ବାଳି କୁ ବଦ୍ଧ କରନ୍ତି । ପରେ ସୁଗ୍ରୀବ କିଷ୍କିନ୍ଦା ରାଜ୍ୟର ରାଜା ହୁଅନ୍ତି ଏବଂ ତାରା ଙ୍କୁ ମହାରାଣୀ କରି ରଖିବା ସହ ଅଙ୍ଗଦ ଙ୍କୁ ଯୁବରାଜ କରନ୍ତି । ଏହି ସମୟ ରେ ବର୍ଷାଋତୁ ର ଆଗମନ ହୋଇଥିବାରୁ ଲଂକାଯିବା ସମ୍ଭବ ହୋଇ ନଥିଲା ।ଏଣୁ ରାମଚନ୍ଦ୍ର ଋଷିକୂଲ୍ୟା ପର୍ବତ ରେ ଚାରି ମାସ ରୁହନ୍ତି ଓ ସୁଗ୍ରୀବ ରାଜ୍ୟ ଶାସନ କରନ୍ତି । ଏହି ପରି ବାଳି ବଦ୍ଧ ଓ ସୁଗ୍ରୀବ ଅଭିଷେକ ନାଟକ ମଂଚସ୍ଥ ହୋଇଥିବାବେଳେ ଏହି ଦନ ବହୁ ଗଦା ଦେଖିବାକୁ ମିଳିଥାଏ । ଆସନ୍ତା ୩୦ ତାରଖ ଦିନ ଲଙ୍କାପୋଡି ଯାତ୍ରାର ମୁଖ୍ୟ ଆକର୍ଷଣ ରାବଣ ବଦ୍ଧ ଅନୁଷ୍ଠିତ ହେବ ।
Leave A Reply