Odisha news

କଂଗ୍ରେସର କର୍ମୀ ସମ୍ମିଳନୀ , ବିଜେଡି ଓ ବିଜେପି ଉପରେ ବର୍ଷିଲେ ଶ୍ରୀକାନ୍ତ

0
ଦେତନଟୀ :  ବଡ଼ସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ  କର୍ମୀ ସମ୍ମିଳନୀ ଅବସରରେ ମାଧ୍ୟମରେ ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି। ଲୋକସଭା ସାଂସଦ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ବଡ଼ସାହି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର ମିଳିତ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରାରମ୍ଭରେ ବଙ୍ଗଳା ଛକରେ ପୂର୍ବତନ ଉପବାଚସ୍ପତି ସ୍ବର୍ଗତ ପ୍ରସନ୍ନ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ବଜାର ପରିକ୍ରମା ପରେ ସଭାସ୍ଥଳରେ ପହଞ୍ଚି ଥିଲା । ବେତନଟୀ ସ୍ଥିତ ମୟୁର କେମିକାଲ ପଡ଼ିଆ ଠାରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ସ୍ଥାନୀୟ ଲୋକମାନେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ଫେଲ ମାରିଛନ୍ତି, ବେରୋଜଗାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଭାରତବର୍ଷରେ ଚିନ୍ତାର କାରଣ ସାଜିଛି ବୋଲି କଂଗ୍ରେସର ବାଲେଶ୍ବର ସାଂସଦ ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।  ବିଧାୟକ ପ୍ରାର୍ଥୀ କ୍ଷୀରୋଦ ପାତ୍ର ମଧ୍ୟ ୨୫ ବର୍ଷର ଅପାରଗ ବିଜେଡି ସରକାର ଙ୍କ ମୁଖା ଖୋଲିବା ସହିତ ବିଜେପିର ମିଥ୍ୟା ଗ୍ୟାରେଣ୍ଟି ବିରୋଧରେ ଗର୍ଜି ଥିଲେ। ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ, ପୂର୍ବତନ ଜିଲ୍ଲା ସଭାପତି ହିମାଂଶୁ ପରିଡା, ପୂର୍ବତନ ଜିଲ୍ଲା ଉପସଭାପତି ପ୍ରକାଶ କରମହାପାତ୍ର, ସିଦ୍ଧାର୍ଥ ଅଗ୍ରୱାଲ, ଚୁଡାମଣି ମହାପାତ୍ର, ମନୋରଞ୍ଜନ ବଳା, ପ୍ରବୋଧ ପଣ୍ଡା, ଗୁଣନିଧି ମହାନ୍ତି, ମାଧବୀ ସେନାପତି, ବେତନଟୀ ବ୍ଲକ ସଭାପତି କୁଶଧର ବେହେରା, ବଡ଼ସାହି ବ୍ଲକ ସଭାପତି ମନ୍ମଥ ପ୍ରଧାନ, ସଞ୍ଜୟ ବେହେରା, ଉମା ଶଙ୍କର ଘୋଷ, ପ୍ରବୀର ବାରିକ, ସୁଶାନ୍ତ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ରୀ ଜେନା ବଡ଼ସାହି ନିର୍ବାଚନ ମଣ୍ଡଳୀର ଅନେକ କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳରୁ ଇସ୍ତଫା ଦେଇ ବହୁ କର୍ମୀ କଂଗ୍ରେସ ଦଳରେ ସାମିଲ ହୋଇଥିଲେ ।
Ad2
Leave A Reply