Odisha news

ସତ୍ୟବାଦୀରେ ବିଜେପି ତିନିଭାଗ ବିଜେଡି ପଲ୍ଲାଭାରି

0

କଣାସ,୧୯/୦୪/ : ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ଆଉ ମାତ୍ର ମାସେ ରହିଥିବା ବେଳେ ଏବେ ଠାରୁ ଆରମ୍ଭ ହେଲାଣି ସରଗରମ ରାଜନୀତି ।ଖରାର ତାପମାତ୍ରା ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଉଷ୍ମ ହେଉଛି ସତ୍ୟବାଦୀ ରାଜନୀତି ।ଗାଁ ଖଟି ଠାରୁ ଆରମ୍ଭ କରି ବଜାର ଘାଟ ପର୍ଯ୍ୟନ୍ତ ସବୁଠାରେ  ଗୋଟିଏ ଚର୍ଚ୍ଚା  କଣ ହେବ ସତ୍ୟବାଦୀ ରାଜନୀତି ।ତିନି ପ୍ରମୁଖ ଦଳ ସତ୍ୟବାଦୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି  ଭେଟରାନ ନେତା ସଞ୍ଜୟ କୁମାର ଦାସବର୍ମା,ବିଜେପି ପକ୍ଷରୁ ଓମ୍ ପ୍ରକାଶ ମିଶ୍ର,କଂଗ୍ରେସ ଦଳ ପକ୍ଷରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିଛି ।ସେପଟେ ବିଜେପି ଦଳରୁ ତିନି ଆଶାୟୀ ପ୍ରାର୍ଥୀ ଥିବା ବେଳେ ଗତ ୨୦୧୯ରେ  ପ୍ରାର୍ଥୀ ହୋଇ ପରାଜୟ ହୋଇଥିବା ଓମ୍ ପ୍ରକାଶ ମିଶ୍ରଙ୍କ ଉପରେ ଦଳ ପୁଣି ଭରସା କରି  ରିପିଟ୍ କରିଛି ।ଅନ୍ୟପଟେ ଟିକେଟ ଦାବିଦାର ଥିବା ରମା ରଂଜନ ବଳିଆରସିଂହ ଓ କାମାକ୍ଷା ପ୍ରଧାନଙ୍କୁ ନିରାଶ ହେବାକୁ ପଡ଼ିଛି ।ରମା ରଞ୍ଜନଙ୍କ ଗତିବିଧି କ’ଣ ରହିଛି ଆଜି ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ କାମାକ୍ଷା ୧୦ରୁ ୧୫ଜଣ କର୍ମୀଙ୍କୁ ସାଙ୍ଗରେ ନେଇ ଗାଁ ଗାଁ ବୁଲି ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ଲୋକମାନଙ୍କୁ କହୁଥିବା ଜଣାପଡିଛି ।କଂଗ୍ରେସ ପକ୍ଷରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ମନୋଜ ରଥ ସେ ହେଉଛନ୍ତି  ବିଜେପି ନେତା ବିଶ୍ବନାଥ ରଥଙ୍କ ପୁତୁରା ।ଏଠାରେ ରାଜନୀତି ସମୀକ୍ଷକଙ୍କ ମତରେ ବିଜେପି ତିନିଫାଳ ସତ୍ୟବାଦୀରେ ୨୦୦୯ ଠାରୁ କଂଗ୍ରେସର କୌଣସି ସଂଗଠନ ନଥିବାରୁ ବ୍ୟାକ ଫୁଟରେ ରହିଛି କଂଗ୍ରେସ ଦଳ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଓ ବିଜୁ ଜନତା ଦଳ ଉପରେ ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିବାରେ ଲାଗିଛି ।୨୦୧୪ ଓ ୨୦୧୯ରେ ସତ୍ୟବାଦୀରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନ କଲ୍ୟାଣକାରୀ ଯୋଜନା ଓ ଅନେକ ଗୁଡ଼ିଏ ବିକାଶ ମୂଳକ କାର୍ଯ୍ୟ କଣାସ ବ୍ଲକର ୨୮ପଞ୍ଚାୟତ ଓ ସତ୍ୟବାଦୀ ବ୍ଲକର ୨୪ ପଞ୍ଚାୟତରେ ହୋଇଥିବାରୁ  ଜନମତ ବିଜୁଜନତା ଦଳ ସପକ୍ଷରେ ରହିବ ବୋଲି ରାଜନୀତି ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।ସେପଟେ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ନିଜର ରାଜନୀତି କ୍ୟାରିୟର  କଣାସ ଓ ସତ୍ୟବାଦୀରୁ ଆରମ୍ଭ କରିଛି  ବନ୍ୟା ବାତ୍ୟାରେ ଜନତା ତାଙ୍କ ନିକଟତର ହୋଇ ସେବା କରିବାର ସୁଯୋଗ ପାଇଛି ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମତେ ସତ୍ୟବାଦୀର  ଦାଇତ୍ୱ ଦେଇଛନ୍ତି  ।ସେଥିପାଇଁ କଣାସ ଓ ସତ୍ୟବାଦୀର  ସମସ୍ତ ନେତୃ ମଣ୍ଡଳୀ କର୍ମୀ ମାନଙ୍କୁ ନେଇ ବିଭିନ୍ନ ପଞ୍ଚାୟତରେ ଦଳୀୟ ସଂଗଠନ କାର୍ଯ୍ୟକ୍ରମ ଜାରି ରହିଛି ।

Leave A Reply