ଶନି ମହାରାଜ ହେଉଛନ୍ତି କର୍ମ ଫଳଦାତା, ସେ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି l ସେଥିପାଇଁ ତାଙ୍କୁ କର୍ମ ପ୍ରଧାନ ଦେବତା କୁହାଯାଇଥାଏ l ନବଗ୍ରହ ଙ୍କ ମଧ୍ୟରେ ଶନି ଦେବ ଙ୍କ ଦୃଷ୍ଟି ସବୁଠୁ ଅଧିକ ଭାରି ହୋଇଥାଏ ଓ ଉଗ୍ର ହୋଇଥାଏ l ଯଦି ଜାତକ ରେ ଶନି ଭାରି ହୋଇଥାଆନ୍ତି ତେବେ ଅନେକ ଗୁଡିଏ କଷ୍ଟକୁ ବ୍ୟକ୍ତି ସାମ୍ନା କରିଥାଏ l
ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଉଗ୍ର ରୂପ କୁ ଶାନ୍ତ କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ l ଏହିସବୁ ଉପାୟ କୁ କରିବା ଦ୍ୱାରା ଶନି ମହାରାଜ ପ୍ରସନ୍ନ ହୋଇଥାଆନ୍ତି l ଯଦି ଆପଣଙ୍କ କୁଣ୍ଡଳୀ ରେ ଶନି ଭାରି ଅଟନ୍ତି ତେବେ କିଛିଟା ଉପାୟ କରିବା ଜରୁରୀ l
– ଶନି ଦେବ ଙ୍କର କଳା ରଙ୍ଗ ଖୁବ ପ୍ରିୟ ଅଟେ l ଶଣିଦେବ ଙ୍କ କୃପା ପାଇବା ପାଇଁ ଶନିବାର ଦିନ କଳାରଙ୍ଗ ର କୁକୁର କିମ୍ବା ଗାଈ କିମ୍ବା କାଉ ଙ୍କୁ ଭୋଜନ କରାଇବା ଜରୁରୀ ଅଟେ l ଏହାଛଡା କଳାରଙ୍ଗ ର ବସ୍ତୁ ଦାନ ମଧ୍ୟ କରିବା ଆବଶ୍ୟକ l ଏହିସବୁ ଉପାୟ କୁ କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହୋଇ ଥାଆନ୍ତି l
– ଓସ୍ତ ବୃକ୍ଷ ରେ ଶନିବାର ଦିନ ତେଲ ରେ ଚିନି ଓ କଳା ରାଶି ମିଶାଇ ଜଳ ଅର୍ପିତ କରନ୍ତୁ l ଏହାପରେ ବୃକ୍ଷର ୩ଥର ପରିକ୍ରମା କରନ୍ତୁ l ଏହାଦ୍ୱାରା ମଧ୍ୟ କୁଣ୍ଡଳୀ ରେ ଶନି ଦୋଷ ଦୂର ହୋଇଥାଏ l
– ଶନିବାର ଦିନ କଳାକୁକୁର ଙ୍କୁ ସୋରିଷ ତେଲରେ ରୁଟି ବୁଡାଇ ଖାଇବାକୁ ଦିଅନ୍ତୁ l ଏହାଦ୍ୱାରା ମଧ୍ୟ ଶନି ଙ୍କ ପ୍ରଭାବ କମ ହୋଇଥାଏ l ଯଦି ଜାତକ ରେ ଶନି ଙ୍କ ପ୍ରଭାବ ରହୁଛି ତେବେ କୌଣସି କଳାକୁକୁର କୁ ହଇରାଣ କରନ୍ତୁ ନାହିଁ l
– ଯେଉଁ ବ୍ୟକ୍ତିମାନେ ଶନିବାର ଦିନ ଶନି ଙ୍କ ସହିତ ହନୁମାନ ଙ୍କୁ ପୂଜା କରନ୍ତି, ଶନିଦେବ ଙ୍କ କୃପା ସେମାନଙ୍କ ଉପରେ ସର୍ବଦା ରହିଥାଏ l ଶନିବାର ଦିନ ସୁଂଦରକାଣ୍ଡ ପାଠ କରିବା ଆବଶ୍ୟକ l ଏହାଦ୍ୱାରା କୁଣ୍ଡଳୀ ରେ ଶନି ମହାଦଶା କମି ଯାଇଥାଏ l