Odisha news

ବିଜେଡିରେ ମିଶିଲେ କଣାସ ସରପଞ୍ଚ ଓ ପୂର୍ବତନ ସରପଞ୍ଚ

0

କଣାସ :ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଲକ୍ ସରପଞ୍ଚ ଭଗବାନ ସୁବୁଦ୍ଧି ଓ ତାଙ୍କ ଧର୍ମପତ୍ନୀ ପୂର୍ବତନ ସରପଞ୍ଚ ଟିକି ସୁବୁଦ୍ଧି, ପୂର୍ବତନ ସରପଞ୍ଚ ପ୍ରସନ୍ନ ସେଠୀ,ବରିଷ୍ଠ ନେତା ବିଜେପି ନେତା ବିଦ୍ୟାଧର ପାତଳାସିଂହ ବିଜେପି ଦଳ ପରିତ୍ୟାଗ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ସତ୍ୟବାଦୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖି ବିଜୁଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।ଖବର ନେବାରେ ଜଣାପଡିଛି ମଙ୍ଗଳ ବାର ଦିନ  ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମା କଣାସ ବ୍ଲକରେ ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରଥମ କରି ଶୋଭାଯାତ୍ରା ଆରମ୍ଭ କରିଥିଲେ ସେହି ସମୟରେ କଣାସର ଆରାଧ୍ୟା ଠାକୁରାଣୀ ମା’ କୁଞ୍ଜେଶ୍ୱରିଙ୍କ ପୀଠରେ  ପୂଜର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ପରେ କଣାସ ସରପଞ୍ଚ ଭଗବାନ ସୁବୁଦ୍ଧି ,ଟିକି ସୁବୁଦ୍ଧି , ପ୍ରସନ୍ନ ସେଠୀ ଓ କଣାସ ପଞ୍ଚାୟତର ଶତାଧିକ ବିଜେପି କର୍ମୀ  ସ୍ଵେଚ୍ଛାକୃତ ଭାବେ ସଞ୍ଜୟ କୁମାର ଦାସବର୍ମାଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସତ୍ୟବାଦୀରେ ବିଜେଡ଼ି ବଢୁଥିବା ବେଳେ ବିଜେପି ଛିଡୁଥିବା ଦେଖିବାକୁ ମିଳୁଛି ।କଣାସ ଓ ସତ୍ୟବାଦୀ  ବ୍ଲକର  ବିଭିନ୍ନ ଦଳର ଅନେକ ନେତା ସଞ୍ଜୟଙ୍କ ଯୋଗା ଯୋଗରେ ରହିଛନ୍ତି ବିଜୁ ଜନତା ଦଳରେ ସାମିଲ ହେବା ପାଇଁ ଯାହା ଫଳରେ ଦିନକୁ ଦିନ ବିଜେଡି ଶକ୍ତି ବୃଦ୍ଧି ପାଇଛି ।

Govt
Leave A Reply