Odisha news

ଚେକ୍ ବାଉନ୍ସ ମାମଲାରେ ମହିଳାଙ୍କୁ ଏକବର୍ଷ ଜେଲ

0

ବାରିପଦା : ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ମାନ୍ୟବର ଏସଡିଜେଏମ ସୁବାସିନୀ ବେହେରା ଅଭିଯୁକ୍ତ କଲ୍ୟାଣୀ ଗୋସ୍ୱାମୀଙ୍କୁ ଏକବର୍ଷ ଜେଲ ଦଣ୍ଡ ସହ ୨ଲକ୍ଷ ୧୩ହଜାର ୧୪ଟଙ୍କା ଫାଇନ୍ ଦଣ୍ଡାଦେଶ କରିଛନ୍ତି । ପ୍ରକାଶଥାଉକି କଲ୍ୟାଣୀ ଗୋସ୍ୱାମୀ ପୂର୍ଣ୍ଣଚନ୍ଦ୍ରପୁର, ବାରିପଦା ଏକ ଲୋନ୍ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ମହିଳା ଶାଖାରୁ ନେଇଥିଲେ । ଋଣ ସୁଝିବା ବାବଦକୁ ଏକ ଚେକ୍ ୧ଲକ୍ଷ ୯ହଜାର ୫ଶହ ୭ଟଙ୍କା ପ୍ରଦାନ କରିଥିଲେ । ଏହି ଚେକ୍ଟି ବାଉନ୍ସ ହୋଇଯିବାରୁ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ମାନ୍ୟବର ଏସଡିଜେଏମ କୋର୍ଟରେ ଆଇଆଇସି-୪୦/୨୦୨୧ରେ ଏକ ମାମଲା ରୁଜୁ କରାଯାଇଥିଲା । ବ୍ୟାଙ୍କ ପକ୍ଷରୁ ଆଇନ୍ଜୀବି ବଟକୃଷ୍ଣ ପାଢୀ ମାମଲା ପରିଚାଳନା କରିଥିଲେ ।

Govt
Leave A Reply