Odisha news

ଚୈତ୍ର ନବରାତ୍ରୀରେ ମା ବୃନ୍ଦାବତୀଙ୍କୁ ଏଭଳି କରନ୍ତୁ ପୂଜା, ସୌଭାଗ୍ୟ ଓ ସମୃଦ୍ଧିର ହେବେ ଅଧିକାରୀ

0

ଚୈତ୍ର ନବରାତ୍ରି ରେ ମାଙ୍କର ନଅଗୋଟି ସ୍ୱରୂପର ପୂଜାର୍ଚନା କରାଯାଇଥାଏ l ଯାହାକି ବ୍ରତ ଧାରୀ ଙ୍କ ଘରେ ସୁଖ ସମୃଦ୍ଧିକୁ ଆଗମନ କରିଥାଏ l ନବରାତ୍ରି ସମୟରେ ତୁଳସୀ ଚଉରା କୁ ପୂଜା କରାଯିବାର ବିଶେଷ ମହତ୍ୱ ରହିଛି l କାହିଁକି ନ ମାତୁଳସୀ ହେଉଛନ୍ତି ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ l ଏପରି ସ୍ଥିତିରେ ନବରାତ୍ରି ସମୟରେ ତୁଳସୀ ଙ୍କୁ ଦେବୀଙ୍କ ସ୍ୱରୂପ ଭାବରେ ପୂଜା କରାଯାଇଥାଏ l ଯଦି ଆପଣ ନବରାତ୍ରି ରେ ଦେବୀଙ୍କ କୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ତୁଳସୀ ଙ୍କ ସହିତ ଜଡିତ କିଛି ଉପାୟ କରନ୍ତୁ l

– ନବରାତ୍ରି ସମୟରେ ଘର ଅଗଣା ରେ ତୁଳସୀ ସ୍ଥାପନା କରିବା ଶୁଭ ଅଟେ l ଏହାଦ୍ୱାରା ଜୀବନ ରେ ସୁଖ ର ଆଗମନ ହୋଇଥାଏ l

– ଘରର ଐଶାନ୍ୟ କୋଣରେ ତୁଳସୀ ରଖିବା ଦ୍ୱାରା ନକାରାତ୍ମକ ଉର୍ଜାରୁ ମୁକ୍ତି ମିଳିଥାଏ , ଘର ମଧ୍ୟରେ ସକାରାତ୍ମକ ଉର୍ଜା ଜାଗ୍ରତ ହୋଇଥାଏ l

– ନବରାତ୍ରି ସମୟରେ ମା ଦୁର୍ଗା ଙ୍କ ନିକଟରେ ଦୀପ ପ୍ରଜ୍ବଳିତ କରିବା ପରେ ତୁଳସୀ ଚଉରା ନିକଟରେ ମଧ୍ୟ ଦୀପ ପ୍ରଜ୍ବଳିତ କରନ୍ତୁ l ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ବୃଦ୍ଧି ହୋଇଥାଏ l

– ନବରାତ୍ରି ରେ ବିଧିବଦ୍ଧ ଭାବରେ ତୁଳସୀ କୁ ପୂଜା କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଦୂର ହୋଇଥାଏ, ଏବଂ ପରିବାର ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l

– ନବରାତ୍ରି ସମୟରେ ମା ତୁଳସୀ ଙ୍କ ନିକଟରେ ଜଳ ସହିତ ଦୁଗ୍ଧ କିଛି ବୁନ୍ଦା ଅର୍ପଣ କରନ୍ତୁ, ଏହାଦ୍ୱାରା ଧନ ର ଆଗମନ ହୋଇଥାଏ l

Leave A Reply