ସାଲେପୁର :-ଆଜି ସାଲେପୁର ପୋଲିସ ଚଢ଼ାଉ କରି ଦୁଇ କେଜି ଆଠ ଶହ ଗ୍ରାମର ଗଞ୍ଜେଇ ଜବତ କରିଛି।ଘଟଣାରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତର ଲୁଣାହାର ଗ୍ରାମର ସଦା ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା(ଗୋଲାପ) ସାଲେପୁର ପୋଷ୍ଟ ଅଫିସ ନିକଟରେ ଏକ ଦୋକାନରେ ଗଞ୍ଜେଇ ବିକୁଥିବାର ଖବର ପାଇ ସାଲେପୁର ପୋଲିସ ସେହି ଦୋକାନ ଉପରେ ଚଢ଼ାଉ କରିଥିଲେ।ଚଢ଼ାଉ ସମୟରେ ଶ୍ରୀ ବେହେରା ନିକଟରୁ ୨କେଜି ୮୦୦ଗ୍ରାମ ଓଜନର ଗଞ୍ଜେଇ ମିଳିଥିଲା।ସାଲେପୁର ପୋଲିସ ଗଞ୍ଜେଇ ଜବତ କରିବା ସହ ଶ୍ରୀ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାଲେପୁର ଥାନା ଆଇ ଆଇ ସି ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।