Odisha news

ବୈଶିଙ୍ଗା ଥାନା ପକ୍ଷରୁ ଫ୍ଲାଗମାର୍ଚ୍ଚ

0
ବେତନଟୀ : ବୁଧବାର ଦିନ ବୈଶିଙ୍ଗା ଥାନା ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଛି l ବେତନଟୀ ଏସଡିପିଓ ସୁଦର୍ଶନ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ଦେବାଶିଷ ମଣ୍ଡଳ, ସିଆଇଏସଏଫ ଇନ୍ସପେକ୍ଟର ରାଜୀବ ଲୋଚନ ଆଚାର୍ଯ୍ୟ, ଏଏସଆଇ ତରୁଣ କୁମାର ବେଜ, ଏଏସଆଇ ଏମବି ହୁସେନ, ଏଏସଆଇ ରମେଶ ଚନ୍ଦ୍ର ବାଗ ସିଂ ଓ ବୈଶିଙ୍ଗା ଥାନାର ଏକାଧିକ କର୍ମଚାରୀ ସମେତ ସିଆଇଏସଏଫର ୧ କମ୍ପାନୀ ଯବାନ ଫ୍ଲାଗମାର୍ଚରେ ବାହାରି କଳମା ପଞ୍ଚାୟତର କାନ୍ଥି, ମହେଶପୁର, ଦାହିବାଡି, ଗୋବିନ୍ଦରାୟପୁର, ତାଳପଦା ସମେତ ବୈଶିଙ୍ଗା ପଞ୍ଚାୟତ ଅଧୀନ ବୈଶିଙ୍ଗାବଜାର, ମହୁରୀ, କେନ୍ଦୁଆ ପ୍ରଭୁତି ଅଞ୍ଚଳରେ ବୁଲି ଲୋକ‌ଙ୍କୁ ଭୟଭୀତ ନହୋଇ ନିଜ ନିଜ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା l
Ad2
Leave A Reply