Odisha news

ଛାମୁଣ୍ଡା ଗ୍ରାମରେ ପ୍ରଭୁ ଦଧିବାମନ ସ୍ୱାମୀ ଙ୍କ ମନ୍ଦୀର ପ୍ରତିଷ୍ଠା ଉଚ୍ଛଵରେ ଅର୍ଥମନ୍ତ୍ରୀ ବିକ୍ରମ ଙ୍କ ଯୋଗଦାନ।

0

ଜଗନ୍ନାଥ ପ୍ରସାଦ (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଜଗତରନାଥ ଶ୍ରୀ ଶ୍ରୀ ଦଧି ବାମନ ସ୍ୱାମୀ ଙ୍କ ପୁରାତନ ମନ୍ଦୀର ଭାଙ୍ଗି ନୂତନ ମନ୍ଦୀର ପ୍ରତିଷ୍ଠା ଉଚ୍ଛଵ ଅନୁଷ୍ଠିତ ହୋଇଛି । ଏହି ପ୍ରତିଷ୍ଠା ଉତ୍ସବରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଛନ୍ତି। ଏହା ଆଜକୁ ପ୍ରାୟ ୪ ବର୍ଷ ଧରି ଅହରହ ଚାଲି ଥିଲା ମନ୍ଦୀର କାର୍ଯ୍ୟ ଶେଷରେ ଆଜି ଅର୍ଥାତ ଫାଲଗୁନ ମାସ ଶୁକ୍ଳ ଦଶମୀ ୧୯ ତାରିଖ ମଙ୍ଗଳବାର ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଦଧିବାମନ ସ୍ୱାମୀ ଙ୍କ ନବକଳେବର ଏବଂ ନୂତନ ମନ୍ଦୀର ର ପ୍ରତିଷ୍ଠା ଉଚ୍ଛଵ ତଥା ୭୨ ପ୍ରହର ଅଖଣ୍ଡ ନାମ ଯଜ୍ଞ, ଘୃତଯଜ୍ଞ,ଜ୍ଞନଯଜ୍ଞ, ଗୋ ଯଜ୍ଞ, ଅନ୍ନଯଜ୍ଞ ବହୁ ସୁନ୍ଦର ଭାବରେ ଅନୁଷ୍ଠିତ ହେଉଛି ସେଥିରେ ମହାନ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନି ରେ ପୁରା ଅଞ୍ଚଳ ପ୍ରକମ୍ପିତ ହେଉଛି ଯଉଁଠି ଶୁଣିବ ଜୟ ଜଗନ୍ନାଥ ହିଁ ଶୁଣିବାକୁ ମିଳୁଛି ପଣ୍ଡିତ ମାନେ ପ୍ରଥମେ ଅଧିବାସ ଦ୍ୱିତୀୟ ଦିନ ଅଖଣ୍ଡ ନାମଯଜ୍ଞ ଆରମ୍ଭ ତୃତୀୟ, ତୃତୀୟ ଚତୃର୍ଥ ଦିନ ଚାଲିଥିବା ଭିତରେ ମନ୍ଦୀର ପ୍ରତିଷ୍ଠା,ବନଜାଗ, କଳସ ଯାତ୍ରା, ଅଂକୁରରୋପଣ, ସାଲାପୂଜା, ସୂର୍ଯ୍ୟ ପୂଜା, ଘୃତ ଯଜ୍ଞ ଦେବତା ଙ୍କ ମହାସ୍ନାନନୀତି, ରତ୍ନମୁଦ, ଦେବତା ଙ୍କ ପ୍ରାଣପ୍ରତିଷ୍ଟା ପରେ ନଗରଭ୍ରମଣ, ସିଂହାସନ ଆରୋହଣ ଘୃତ ଯଜ୍ଞ ପୂର୍ଣାହୂତି ସହିତ ନାମ ଯଜ୍ଞ ପୂର୍ଣ୍ଣାହୁତି,ଯମୁନାସ୍ନାନଓ ପ୍ରସାଦ ସେବନ ରୀତି ନୀତି ରହିଛି ଏଇ ନାମ ଯଜ୍ଞ ରେ ବହୁ ସୁନ୍ଦର ନାମ ଦଳ ତଥା ଛାମୁଣ୍ଡା, ମାଣିତରା, ଆଜ୍ଞାପ୍ରସାଦ, ଘୋଳପୁର, ଉଲିଦନ, ଭଗତପ୍ରସାଦ,ଆଠଗଡ଼ ମନ୍ଦାର ପରି ବହୁ ସୁନ୍ଦର ନାମ ଦଳ ଉପସ୍ଥିତ ଥିଲେ | ପ୍ରତିଦିନ ହଜାର ହଜାର ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ତା ରହିଥିଲା |ଗ୍ରାମବାସୀ ଙ୍କ ଅକ୍ଲାନ୍ତ ପାରିଶ୍ରମ ଯୋଗୁଁ ଆଜି ଏଇ ମନ୍ଦୀର ସମ୍ପୂର୍ଣ ହୋଇଛି | ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ, ପଞ୍ଚାନନ ପାଳ, ସମାଜସେଵୀ ଶୁଳାପାଣି ଶତପଥୀ, ଶିଶିର କାନ୍ତ ସାହୁ, ବୁଲୁ ସ୍ବାଇଁ, ବସନ୍ତ ପ୍ରଧାନ, ପ୍ରଶାନ୍ତ କୁମାର ପାତ୍ର, ବାବାଜୀ ପୋଲାଈ, ସାଇରାମ ଆରୁଖ, ରଂଜିତ କୁମାର ପାତ୍ର, ମଧୁସୂଦନ କର, ଧର୍ମୁ ପ୍ରଧାନ, ବିଭୁତି ଦଳବେହେରା ଙ୍କ ସମେତ ଚାମୁଣ୍ଡା ଗ୍ରାମର ବହୁ ବରିଷ୍ଠ ଗୁରୁଜନ, ଯୁବକ ସ୍ୱାଗତ କରି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ଙ୍କୁ ପାଛୋଟି ଆଣିଥିଲେ।

Leave A Reply