Odisha news

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ।

0
ଆଠଗଡ଼ ତା ୧୮-୦୩-୨୪ ସୋମବାର ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଆଠ କେଜି ଗଞ୍ଜେଇ ଜବତ ସହିତ ଦୁଇ ଜଣ ଙ୍କୁ ଗିରଫ କରା ଯାଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଆଠଗଡ଼ ଅବକାରୀ ବିଭାଗ ପୂର୍ବରୁ ସୂଚନା ପାଇଁ ତାରିଣୀ ଛକ ନିକଟରେ ଜଗିରହିଥିଲା।  ମଧ୍ୟପ୍ରଦେଶ ର ଜବଲପୁର ଜିଲ୍ଲା କୁଣ୍ଡମ ଥାନା ଅନ୍ତର୍ଗତ ଖୁଖମ ଗ୍ରାମ ର ରାଜକୁମାର ସେନ (୨୪) ଏବଂ ଲଡଗଞ୍ଜ ଅଞ୍ଚଳ ର ଆକାଶ ବେନ ଆଠ କେଜି ଓଜନ ର ଗଞ୍ଜେଇ ନେଇ ଯାଉଥିବା ବେଳେ  ଗିରଫ କରା ଯାଇଥିବା ଜଣାପଡିଛି।ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି। ଆଜିର ଚଢାଉ ରେ ଅବକାରୀ ଇନ୍ସପେକ୍ଟର ହେମନ୍ତ ମହାନଦିଆ,ସବ ଇନ୍ସପେକ୍ଟର ଅରୁଣ ଭୋଇ ଏବଂ ବିଭାଗର ଅନେକ କର୍ମଚାରୀ ସାମିଲ ଥିଲେ।
Leave A Reply