Odisha news

କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା ଜଖପୁରା ପୁଲିସ : ଚୋରୀ ସାମଗ୍ରୀ ଉଦ୍ଧାର : ୬ କୋର୍ଟ ଚାଲାଣ  

0
ଦାନଗଦି, ତା ୯/୩  : କଳିଙ୍ଗନଗର ଶିଳ୍ପାଞ୍ଚଳ ର ବିଭିନ୍ନ ସ୍ଥାନରେ କିଛିଦିନ ଧରି ଲୁଟ ପାଟ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶୁକ୍ରବାର ରାତିରେ କଟକ ଅଞ୍ଚଳରୁ ଗିରଫ କରିଛି ଜଖପୁରା ପୁଲିସ । ସେମାନଙ୍କ ନିକଟରୁ ଚୋରୀ ଯାଇଥିବା ବିଭିନ୍ନ ସାମଗ୍ରୀ କୁ ପୁଲିସ ଉଦ୍ଧାର କରିଛି । ଘଟଣା ରେ ସଂପୃକ୍ତ ୬ ଜଣ ଅଭିଯୁକ୍ତ ଙ୍କୁ ପୁଲିସ ଆଜି ଅପରାହ୍ନ ରେ କୋର୍ଟ ଚାଲାଣ କରିଛି।
ଉଦ୍ଧାର ଚୋରୀ ସାମଗ୍ରୀ ମଧ୍ୟରେ ରହିଛି ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟି ଯାହାର ନମ୍ବର ୦ଡି ୩୪ଏନ ୯୯୦୬ ,ନଗଦ ୧୦ ହଜାର ଟଙ୍କା , ୨୦ଟି ଦାମୀ ମୋବାଇଲ ଫୋନ୍ , ଗୋଟିଏ ଟାବଲେଟ ,ଲକ୍ଷାଧିକ ଟଙ୍କାର ସୁନା ଗହଣା ଯଥା ଦୁଇଟି କାନଫୁଲ, ଦୁଇଟି ସଂଖି , ଦୁଇଟି ମୁଦି ଓ ଦୁଇଟି ଲାପଟପ କୁ ପୁଲିସ ଉଦ୍ଧାର କରିଛି । ଘଟଣା ରେ ସଂପୃକ୍ତ ୬ ଜଣ ଅଭିଯୁକ୍ତ ମାନେ ହେଲେ ଯାଜପୁରରୋଡ଼ ଥାନା ମହରମ ଛଇ ର ଏସ କେ ମଇଦୁଲ ଙ୍କ ପୁଅ ଏସ କେ ସବିର (୨୧), ଯାଜପୁର ରୋଡ଼ ଥାନା ତ୍ରିଜଙ୍ଗା ଗାଁ ର ରମେଶ ପାତ୍ରଙ୍କ ପୁଅ ଚନ୍ଦନ ପାତ୍ର (୨୬), କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ଗାଁ ର ସନାତନ ଦେହୁରୀ ଙ୍କ ପୁଅ ଚନ୍ଦନ ଦେହୁରୀ (୨୬), ଯାଜପୁର ରୋଡ ଥାନା ତ୍ରିଜଙ୍ଗା କଲୋନୀ ର ପାରଗଣା ପୂର୍ତ୍ତି ଙ୍କ ପୁଅ ଧନେଶ୍ଵର ପୂର୍ତ୍ତି ଓରଫ ଜିତେନ୍,କଳିଙ୍ଗନଗର ଥାନା ସାରଙ୍ଗପୁର ଗାଁ ର ତନୁ ଜେନା ଙ୍କ ପୁଅ ଗୌତମ ଜେନା ଆଲିଆସ (କୁଟୁରି) ଓ ଜେନାପୁର ଥାନା କବାଟବନ୍ଧ ଗାଁ ର ନାରାୟଣ ସାହୁ ଙ୍କ ପୁଅ ଲକ୍ଷ୍ମୀଧର ସାହୁ (୪୨) । ଗତ ତା ୧୯/୦୨/୨୦୨୪ ରିଖ ରାତିରେ ଜଖପୁରା ଥାନା ତେଲିବାହାଳୀ ଗାଁ ମନୋରଞ୍ଜନ ସାମଲ ଙ୍କ ଘରୁ ଓ ଦୋକାନରୁ ମୋବାଇଲ, ନଗଦ ୭୦ ହଜାର ଟଙ୍କା, ସୁନା ମୁଦି,୭ ଟା ଶାଢ଼ୀ ଓ ଅନ୍ୟ ଏକ ଲେବର ରହୁଥିବା ଘରୁ ୭ ଟି ମୋବାଇଲ ଫୋନ୍ କୁ ଚୋରୀ ହୋଇ ଥିବା ଅଭିଯୋଗ ହୋଇଥିଲା । ସେହିପରି କଳିଙ୍ଗନଗର ଥାନା ଦୁଇଟି ଲାପଟପ୍, ଗୋଟିଏ କ୍ୟାମେରା ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା। ଡ଼ୁବୁରୀ – ସୁକିନ୍ଦା ରାସ୍ତା ର ସଂଶୈଲୋ ଛକ ନିକଟରେ ଏକ ସ୍କୁଟି ଚୋରୀ ହୋଇଥିବା କଳିଙ୍ଗନଗର ଥାନା ରେ ଅଭିଯୋଗ ହୋଇଥିଲା । କୁଟୁରି ନାଁ ରେ କଳିଙ୍ଗନଗର, ଯଖପୁରା ଓ ସୁକିନ୍ଦା ଥାନାରେ ଏକାଧିକ ମାମଲା ଥିବା ଜଖପୁରା ଥାନା ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗନଗର ଅତିରିକ୍ତ ଏସପି ଏସ୍ ଟପୋ ଓ ଜଖପୁରା ଥାନା ଅଧିକାରୀ ସଞ୍ଜୟ ପରିଡ଼ା ସୂଚନା ଦେଇଛନ୍ତି।(ଫଟୋ)
Leave A Reply