Odisha news

ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା

0

ନୂଆଦିଲ୍ଲୀ:  ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମହାସଚିବ ବିନୋଦ ତାୱଡ଼େ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଆଗାମୀ ଲୋକସଭାପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ବାରାଣାସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଢିବେ ।  ସେହିପରି ପ୍ରଥମ ଦଫା ତାଲିକାରେ ଲୋକସଭା ବାଚସ୍ପତି ଓମ ବିରଳାଙ୍କ ନାଁ ରହିଛି । ତେବେ ପ୍ରଥମ ତାଲିକାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା  କରାଯାଇ ନାହିଁ ।

PRESS RELEASE–1st list of BJP candidate GE to the for Lok Sabha Election 2024 on 02.03.2024

ବିଜେପି ପକ୍ଷରୁ ପ୍ରକାଶିତ ପ୍ରଥମ ପ୍ରାର୍ଥୀ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ, ଅମିତ ଶାହା ଗାନ୍ଧୀନଗରରୁ, ରାଜନାଥ ସିଂହ ଲକ୍ଷ୍ନୌରୁ, ନୀତିନ ଗଡ଼କରୀ ନାଗପୁରରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ମୋଟ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏହା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଥମ ତାଲିକାରେ ୨୮ ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି। ଏଥିସହିତ ୫୦ ବର୍ଷରୁ କମ୍ ବୟସର ୪୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ୨୭ ଜଣ ଏସସି ଓ ୧୮ ଜଣ ଏସଟି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ।

 

Leave A Reply