ପୁରୀ ୨୧/୨ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ରାଜ୍ୟ ସାମାଜିକ ସୁରକ୍ଷା, ଭିନ୍ନକ୍ଷମ କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକ ସ୍ୱର୍ଗ ରଥକୁ ଲୋକାର୍ପଣ କରିଛନ୍ତି।ପୁରୀ ପୁରୁଣା ସଦର ଥାନା ଅଞ୍ଚଳ ନିବାସୀ ସ୍ୱର୍ଗତ ପ୍ରଫେସର ସୁବୋଧ ନନ୍ଦ ଙ୍କ ଧର୍ମପତ୍ନୀ ତଥା ସମାଜସେବୀ, ସାହିତ୍ୟିକା,ଜ୍ୟୋତିଷ ଶାସ୍ତ୍ର ବିଶାରଦ ସ୍ୱର୍ଗତ ତିଳୋତ୍ତମା ନନ୍ଦ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏହି ସ୍ୱର୍ଗ ରଥକୁ ତାଙ୍କ ପରିବାର ପକ୍ଷରୁ ସ୍ୱର୍ଗ ଦ୍ଵାର ସେବା ସମିତି କୁ ପ୍ରଦାନ କରାଯାଇଥିଲା।ନନ୍ଦ ପରିବାର ପକ୍ଷରୁ ଅବସରପ୍ରାପ୍ତ ଆଇଏଏସ ଡଃ ସୁଦୀପ କୁମାର ନନ୍ଦ, ନୀଳିମା କର,ଇଲିମା କର,ଡଃ ସିଲିମା ନନ୍ଦ ପ୍ରମୁଖ ଏହି ରଥ ପ୍ରଦାନ ରେ ସହଯୋଗ କରିଥିଲେ।ହସ୍ତାନ୍ତର ସମୟରେ ନୀଳିମା କର ଓ ଉଦ୍ୟୋଗପତି ତଥା ସମାଜସେବୀ ବଦ୍ରୀ ମହାପାତ୍ର ଉପସ୍ଥିତ ରହିଥିଲେ।ଏହି ସ୍ୱର୍ଗ ରଥ ପୁରୀ ବାସୀ ଙ୍କ ସେବାରେ ଉପଲବ୍ଧ ହେବ ଓ ଏହାର ସଦୁପଯୋଗ କରିବାକୁ ସେମାନେ ଅନୁରୋଧ କରିଥିଲେ।
କାର୍ଯ୍ୟକ୍ରମ ରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ଜିଲ୍ଲାପାଳ ବିଜୟ କୁମାର ଦାଶ,ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସ୍ୱର୍ଗ ଦ୍ଵାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ,ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ବ୍ରଜ କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।