ଉଦୟଗିରି ୨୧/୨ :-ବାଲିଚନ୍ଦ୍ରପୁରସ୍ଥିତ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ,ବଡଚଣା(ଗ୍ରାମୀଣ) ପକ୍ଷରୁ ୧୯ ଗୋଟି ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା କାର୍ଯ୍ୟକ୍ରମ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭରତପୁର ପଞ୍ଚାୟତ ଅନ୍ତର୍ଗତ ମହାକାଳପଡାଠାରେ ଏହାର ଉଦ୍ୟାପନୀ ଉସôବ ଅନୁଷ୍ଠିତ ହୋଇଥିଲା । ସରପଞ୍ଚ ବିଭୂତି ଭୂଷଣ ସାମଲଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ପରିଦର୍ଶିକା ନଳିନୀ ପ୍ରଭା ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କିଶୋରୀ ବାଳିକାମାନଙ୍କର ସ୍ୱାସ୍ଥ୍ୟ,ଶିକ୍ଷା ଓ ପୃଷ୍ଟି ଉପରେ ସଚେତନ କରାଇଥିଲେ । ସମ୍ମାନିତ ଅତିଥି ଭାବେ ଯାଞ୍ଚ କମିଟି ସଭାପତି ଅକ୍ଷୟ କୁମାର ଦାସ,ପ୍ରଧାନ ଶିକ୍ଷକ ବେଣୁଧର ଜେନା,ଶିକ୍ଷକ ରନôମଣି ସ୍ୱାଇଁ,ଦିଲ୍ଲୀପ କୁମାର ମଲ୍ଲିକ,ମହିଳା ସ୍ୱାସ୍ଥ୍ୟ କର୍ମୀ ଅନିମା ବାଇ ଓ ରାଜଶ୍ରୀ ନାୟକ ପ୍ରମୁଖ ଯୋଗଦେଇ କିଶୋରୀ ବାଳିକାମାନଙ୍କ ପୃଷ୍ଟି ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ଏହି ଅବସରରେ କିଶୋରୀ ବାଳିକାମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଉନ୍ମେଷ ପାଇଁ ଉପସ୍ଥିତ କିଶୋରୀ ବାଳିକାମାନେ ବିଭିନ୍ନ ନୃତ୍ୟଗୀତ ପରିବେଷଣ କରିଥିଲେ । ଧନ୍ୟବାଦ ଦେଇଥିଲେ ମମତାମୟୀ ଜେନା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ । ତେବେ ଏହା ପୂର୍ବରୁ ଏହି ଗ୍ରାମୀଣ ଶିଶୁ ବିକାଶ କାର୍ଯ୍ୟାଳୟ ଅଧୀନରେ ଥିବା ୧୯ଗୋଟି କେନ୍ଦ୍ରରେ ଏହି କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।