ଚଣ୍ଡିଖୋଲ ୫।୨: ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଚାଲିଗଲା ବାପାଙ୍କ ଜୀବନ ! ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଧର୍ମଶାଳା ବ୍ଲକ୍ ଆରୁହା ଗ୍ରାମରେ ଏଭଳି ଅଭାବନୀୟ ଓ ଦୂଖଦ ଘଟଣା ଘଟିଛି ! ସୂଚନାଯୋଗ୍ୟ ଯେ, ରବିବାର ଯାଜପୁର ଜିଲ୍ଲା ଆରୁହା ଗ୍ରାମର ପୂର୍ବତନ ସରପଞ୍ଚ ହରିହର ରାଉତଙ୍କର ଝିଅ ବାହାଘର ଥିଲା ! ପରିବାର ପକ୍ଷରୁ ସେଥିପାଇଁ ସମସ୍ତ ପ୍ରକାର ଆୟୋଜନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା! ବରଯାତ୍ରୀ ସହ ବରଆସି ଝିଅଘରେ ପହଞ୍ଚିଲେ ବାହାଘର ହୋଇଥାନ୍ତା!୩ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ସେଥିପାଇଁ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା !ଆକର୍ଷଣୀୟ ଟେଣ୍ଟ ବନ୍ଧା ହୋଇଥିବା ବେଳେ ଭୋଜି ରୋଷେଇ ପାଇଁ ମଧ୍ୟ ପରିବା କଟା ସରିଥିଲା ! ବିବାହ ପାଇଁ ପ୍ରସ୍ତୁତି ଚାଲୁଥିବା ବେଳେ ଅଚାନକ ହରିହର ରାଉତଙ୍କ ସ୍ୱାସ୍ଥ୍ୟାବସ୍ତା ଗୁରୁତର ହେବାରୁ ତାଙ୍କୁ ସଙ୍ଗେସଙ୍ଗେ ଭୁବନେଶ୍ୱର ନିଆଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ! ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଏବେ ଏବେଏବେ ମୃତ୍ୟୁ ଘଟିଥିବା ଖବର ମୀଳୀଛି! ତାଙ୍କର ଏପରି ଦୁଗଦ ମୃତ୍ୟୁକୁ ନେଇ ପରିବାର,ବନ୍ଧୁବାନ୍ଧବ ଓ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି ! ଗୋଟିଏ ପଟେ ଝିଅ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚାଲୁଥିବା ବେଳେ କିଛି ସମୟ ପରେ ବରଯାତ୍ରୀ ପହଞ୍ଚିଥାନ୍ତେ ଓ ଅତି ଆଡମ୍ବରରେ ଝିଅ ବାହାଘର ହୋଇଥାନ୍ତା !ହେଲେ ଅଚାନକ ଝିଅ ବାପାଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି! ତାଙ୍କ ମମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି!
